ଆଜି ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ହ୍ବାଇଟ ହାଉସରେ ଟ୍ରମ୍ପ-ମୋଦୀ ଭେଟଘାଟ

ଆଜି ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ। ହ୍ବାଇଟ ହାଉସରେ ଟ୍ରମ୍ପ-ମୋଦୀ ଭେଟଘାଟ। ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ନରେନ୍ଦ୍ର ମୋଦୀଙ୍କ ଏହା ପ୍ରଥମ ଗସ୍ତ ଯାହା ଉପରେ ସାରା ବିଶ୍ବର ନଜର ରହିଛି ।  ଆଜି ଅପରାହ୍ନ ୪ଟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାଯ୍ୟକ୍ରମ ରହିଛି । ଏନେଇ ହ୍ବାଇଟ ହାଉସ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି । ଗସ୍ତର ପ୍ରଥମ ଦିନରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବା ସହ ପ୍ରବାସୀଙ୍କୁ ପ୍ରଧାନମନ୍ତ୍ରୀ ଭେଟିବେ । ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ରାଷ୍ଟ୍ରନେତା ମଧ୍ୟରେ ଦ୍ବିପାକ୍ଷୀକ ଆଲୋଚନା ହୋଇପାରେ । ଯେଉଁଥରେ ପ୍ରତିରକ୍ଷା,ଏଆଇ, ଟାରିଫ ବୃଦ୍ଧି, ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ ପ୍ରସଙ୍ଗ ଉଠାଇ ପାରେ ଭାରତ। ଭାରତ-ଆମେରିକା କୁଟନୀତି ସର୍ମ୍ପକକୁ ଅଧିକ ମଜଭୂତ କରିବା ଦିଗରେ ମୋଦୀଙ୍କ ଏଥରକ ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । ନଜର ପକାଇବା କଣ ରହିପାରେ ପ୍ରମୁଖ ପ୍ରସଙ୍ଗ –

୧- ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ସହ  ସାକ୍ଷାତ ପୂର୍ବରୁ ଅତିରିକ୍ତ ଶୁଳ୍କ ହ୍ରାସ ପାଇଁ ପ୍ରସ୍ତୁତ ହେଉଛନ୍ତି, ଯାହା ଭାରତକୁ ଆମେରିକାର ରପ୍ତାନିକୁ ବୃଦ୍ଧି କରିପାରିବ ଏବଂ ସମ୍ଭାବ୍ୟ ବାଣିଜ୍ୟ ଯୁଦ୍ଧକୁ ଏଡ଼ାଇପାରିବ

୨- ସୂଚନା ଅନୁସାରେ ଲଢୁଆ ବିମାନ ଯାନ କ୍ରୟ ଏବଂ ସହ-ଉତ୍ପାଦନ ସହିତ ଲଢୁଆ ବିମାନ ଇଞ୍ଜିନ ଚୁକ୍ତିକୁ ଚୂଡ଼ାନ୍ତ ରୂପ ମିଳିପାରେ 
ମୋଦି-ଟ୍ରମ୍ପଙ୍କ ସାକ୍ଷାତ ଏପରି ସମୟରେ ହୋଇଛି ଯେତେବେଳେ ଆମେରିକା ସାମରିକ ବିମାନରେ ୧୦୪ ଜଣ ଭାରତୀୟ ବେଆଇନ ପ୍ରବାସୀଙ୍କୁ ଫେରାଇ ଦେଇଛି, ଯାହାକୁ ନେଇ ଭାରତରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି ।

୩ – ସବୁଠାରୁ ବଡ ପ୍ରସଙ୍ଗ ଭାବେ ଆଲୋଚନା ହୋଇପାରେ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ଭାରତୀୟଙ୍କୁ ଆମେରିକା ଯେଉଁଭଳି ଭାବେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲା

୪-  ଭାରତ ଓ ଆମେରିକା ବାଣିଜ୍ୟକ ସମ୍ପର୍କ ବଢ଼ାଇବା ସହ ଭିସା ନିୟମରେ ଉନ୍ନତି ଆଣିବାକୁ ଦୁଇ ନେତା କରିପାରନ୍ତି ଆଲୋଚନା 
ମୋଦି -ଟ୍ରମ୍ପଙ୍କ ଭେଟଘାଟ ଉପରେ ଖାଲି ଭାରତ ନୁହେଁ ବରଂ ସାରା ବିଶ୍ବର ନଜର ରହିଛି ଖାସ କରି ଚୀନ ଓ ପାକିସ୍ତାନ ମୋଦୀଙ୍କ ଏହି ଗସ୍ତ ଉପରେ ନଜର ରଖିବେ ନିଶ୍ଚୟ ।