ଝାରସୁଗୁଡ଼ାରେ କଂଗ୍ରେସକୁ ନିଶାନା କଲେ ମୋଦି

୨୦୧୪ ପର୍ଯ୍ୟନ୍ତ ଦେଶକୁ ଲୁଟ୍ କରୁଥିଲା କଂଗ୍ରେସ

ଝାରସୁଗୁଡ଼ାରେ କଂଗ୍ରେସକୁ ନିଶାନା କଲେ ପ୍ରଧାନମନ୍ତ୍ରୀ । ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କରିଥିବା କହିଛନ୍ତି ମୋଦି । ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ୍ କରୁଥିଲା । ଆମ ସରକାର ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି । କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡ଼ୁଥିଲା । ମାତ୍ର ଆମ ସରକାରରେ ବର୍ତ୍ତମାନ ୧ ଲକ୍ଷରେ କେବଳ ୪ରୁ ୫ ହଜାର ଟିକସ । GST କମ୍ ହେବା ସତ୍ତ୍ବେ ହିମାଚଳ କଂଗ୍ରେସ ସରକାର ଲୁଟ୍ କରୁଛି । ସିମେଣ୍ଟ ଦାମ୍ ରେ ହିମାଚଳ ସରକାର ନୂଆ ଟିକସ ଲଗାଇଛନ୍ତି । ସାରା ଦେଶ GSTର ଉପକାର ପାଉଥିଲା ବେଳେ ହିମାଚଳବାସୀ ବଞ୍ଚିତ ବୋଲି କହିଛନ୍ତି ମୋଦି ।