ଏକାଠି ହେଲେ ମୋଦୀ-ପୁଟିନ୍-ଜିନପିଙ୍ଗ
ଗୋଟିଏ ମଞ୍ଚରେ ୩ ମହାଶକ୍ତି । ଏକାଠି ହେଲେ ମୋଦୀ-ପୁଟିନ୍-ଜିନପିଙ୍ଗ । ହାତୀ-ଡ୍ରାଗନ ଏକାଠି ହେବାକୁ ନେଇ ବିଶ୍ୱ ଦରବାରରେ ଚର୍ଚ୍ଚା । କାରଣ ଦୀର୍ଘ ବର୍ଷ ଧରି ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ଖରାପ ଥିଲା । ତେଣୁ ଏବେ ମୋଦୀଙ୍କ ଗସ୍ତ ଉପରେ ନଜର ରହିବା ସ୍ବାଭାବିକ କଥା । ହେଲେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇବା ପରେ ଚୀନ୍ ବି ଅସନ୍ତୋଷ ବ୍ୟକ୍ତ କରିଥିଲା । କାରଣ ଚୀନ୍ ଉପରେ ବି ଆମେରିକା ଟାରିଫ୍ ଲଗାଇଥିଲା । କିନ୍ତୁ ବଡ଼ କଥା ହେଉଛି ଭାରତ ଓ ଚୀନ୍ ସମ୍ପର୍କରେ ଏବେ ସୁଧାର ଆସିଛି । ସେପଟେ ତିନି ମହାଶକ୍ତିଙ୍କୁ ଏକାଠି ଦେଖି ରକ୍ତ ଚାଉଳ ଚୋବାଉଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଗୋଟିଏ ଫ୍ରେମ୍ରେ ବିଶ୍ୱର ଅନେକ ପ୍ରସିଦ୍ଧ ନେତା। ଚୀନରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ବେଳେ ଏଭଳି ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ , ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଓ ଅନ୍ୟ ନେତା ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ଚିୟାନଜିନରେ ଅଫିସିଆଲି ସ୍ୱାଗତ ଉତ୍ସବ ବେଳେ ଏହି ନେତା ଗୋଟିଏ ଫଟୋ ଫ୍ରେମରେ ଠିଆ ହେବାର ନଜର ଆସିଛନ୍ତି। ଏବେ ଏହି ଫଟୋ ସାରା ବିଶ୍ୱରେ ଖୁବ୍ ଜୋରରେ ଭାଇରାଲ ହେଉଛି ଏବଂ ରାଜନୈତିକ ବିଶ୍ଳେଷକ ଏହି ଅର୍ଥ ଖୋଜିବାରେ ଲାଗିଛନ୍ତି। କୁହାଯାଉଛି ଯେ, ଏହି ଗୋଟିଏ ଫଟୋ ଆମେରିକା ସମେତ ଅନ୍ୟ ଶକ୍ତିଶାଳୀ ଦେଶ ଗୁଡ଼ିକୁ ଦୃଢ ବାର୍ତ୍ତା ଦେବାରେ କାମ କରିଛି। ଆମେରିକାର ଟାରିଫ୍ ଓ୍ୱାରକୁ ଦେଖି ଡରୁନାହାଁନ୍ତି ଋଷିଆ-ଚୀନ ଓ ଭାରତ । ସେଇଥି ଲାଗି ତ ତିନିରାଷ୍ଟ୍ରର ନେତା ଏବେ ହାତ ମିଳାଉଛନ୍ତି। କେମିତି ଆମେରିକାକୁ ଚେକ୍ ଦିଆଯିବ ସେନେଇ ମାଷ୍ଟର ପ୍ଲାନ୍ ବି ହେଉଛି । ଖାସ୍ କରି ମୋଦୀଙ୍କ ଚୀନ୍ ଗସ୍ତ ଏବେ ପୂରା ବିଶ୍ବରେ ଚର୍ଚ୍ଚା ଚାଲିଥିବା ବେଳେ ଆମେରିକା ବି ନଜର ରଖିଛି । ମୋଦୀ ଚୀନ୍ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଖାଲି ଏତିକି ନୁହେଁ ବରଂ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବି ହୋଇଥିଲା । ଜିନପିଙ୍ଗ ପୁଟିନ୍ଙ୍କୁ ଏକ କାର୍ ଗିଫ୍ଟ ଦେଇଥିଲେ ଆଉ ମୋଦୀଙ୍କୁ ବି ଗିଫ୍ଟ ଦେଇଛନ୍ତି । ଯାହା ସ୍ପଷ୍ଟ କରୁଛି କି ଚୀନ୍ ଋଷିଆ ଓ ଭାରତକୁ ଗୋଟିଏ ନଜରରେ ଦେଖୁଛନ୍ତ ।
