ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ । ଏହାକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ପଟେଲଙ୍କ ୧୫୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ଏକତା ଦିବସର ଶପଥ ପାଠ କରାଇଥିଲେ ମୋଦୀ । ପରେଡରେ ବିଏସଏଫ୍, ସିଆରପିଏଫ୍, ସିଆଇଏସଏଫ୍, ଆଇଟିବିପି ଏବଂ ଏସଏସବି ସହିତ ବିଭିନ୍ନ ରାଜ୍ୟ ପୁଲିସ ୱାହିନୀ ଅଂଶଗ୍ରହଣ କରିଥିଲେ ।ମୁଖ୍ୟ ଆକର୍ଷଣ ଥିଲା ରାମପୁର ହାଉଣ୍ଡ ଏବଂ ମୁଢ଼ୋଲ ହାଉଣ୍ଡ ଭଳି ଭାରତୀୟ ପ୍ରଜାତିର କୁକୁର ସହ ବିଏସଏଫର ମାର୍ଚ୍ଚି ଗ୍ରୁପ୍, ଗୁଜରାଟ ପୁଲିସର ଅଶ୍ବାରୋହୀ ଗ୍ରୁପ୍, ଆସାମ ପୁଲିସର ମୋଟର ସାଇକେଲ ଡେୟାର ଡେଭିଲ ସୋ, ବିଏସଏଫର ଓଟ ଗ୍ରୁପ୍ ତଥା ଓଟ ଉପରେ ସବାର ଥିବା ବ୍ୟାଣ୍ଡ । ପରେଡରେ ସିଆରପିଏଫର ୫ ଶୌର୍ଯ୍ୟ ଚକ୍ର ବିଜେତା ଏବଂ ବିଏସଏଫର ୧୬ ବୀରତା ପଦକ ବିଜେତାଙ୍କୁ ସମ୍ମାନିତ କରାଯାଇଛି । ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଗୁଜରାଟ ଏକତା ନଗରରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି ।