ଦିଲ୍ଲୀ ଫେରିବା ପରେ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ
ସାଉଦି ଗସ୍ତ ବାତିଲ କରି ଦିଲ୍ଲୀ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲା ମୋଦିଙ୍କ ବିମାନ। ୨ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିଲେ ମୋଦି। ଆତଙ୍କବାଦୀ ଆକ୍ରମଣ ପରେ ଗସ୍ତ ବାତିଲ କଲେ। ସରକାରୀ ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ସାଉଦୀ ଆରବର ଜେଦ୍ଦାରେ ଆୟୋଜିତ ଏକ ସରକାରୀ ନୈଶଭୋଜରେ ଅଂଶଗ୍ରହଣ କରି ନାହାନ୍ତି। ତାଙ୍କ ଗସ୍ତର ଅଂଶ ଭାବେ ସେ ସାଉଦୀ ଯୁବରାଜ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା। ଦିଲ୍ଲୀ ଫେରିବା ପରେ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି ମୋଦି। ଉପସ୍ଥିତ ଅଛନ୍ତି ଏସ୍. ଜୟଶଙ୍କର ଓ ଅଜିତ ଡୋଭାଲ। ସାଉଦି ଆରବ ଗସ୍ତ ବାତିଲ କରି ଫେରିଛନ୍ତି ମୋଦି।
