ଭୁବନେଶ୍ବରରେ ହେବ ଆଦର୍ଶ ଗୋଶାଳା, ଖର୍ଚ୍ଚ ହେବ ୪୦ କୋଟି ଟଙ୍କା

ଭୁବନେଶ୍ବରରେ ହେବ ଆଦର୍ଶ ଗୋଶାଳା

ଭୁବନେଶ୍ବରରେ ହେବ ଆଦର୍ଶ ଗୋଶାଳା । ୪୦ କୋଟି ବ୍ୟୟରେ ଗୋଶାଳା ନିର୍ମାଣ କରାଯିବ । ଭୁବନେଶ୍ବରର ବୁଲା ଗାଈଗୋରୁଙ୍କୁ ସେଠାରେ ରଖାଯିବ । ରାଜଧାନୀକୁ ସମ୍ପୂର୍ଣ୍ଣ ଭାବେ ବୁଲା ଗାଈଗୋରୁ ମୁକ୍ତ କରାଯିବ । ଆଦର୍ଶ ଗୋଶାଳା ପାଇଁ ଜମି ବି ଚିହ୍ନଟ ସରିଛି । ଗୋମାତାଙ୍କ ମଳମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାରିବ ।  ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରଜ୍ୟ ସରକାର ।ଏହା ପୂର୍ବରୁ ରଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି । ସେହିପରି ସହରାଞ୍ଚଳ ଗୁଡିକରେ ରାଜରାସ୍ତାରୁ ଗାଈଗୋରୁଙ୍କୁ ହଟାଇବା ପାଇଁ ୫ ଟି ସ୍ଥାନରେ ଗୋଶାଳା କରାଯାଉଛି । ରାସ୍ତାରେ ଦୁର୍ଘଟଣା ଉଭୟ ଲୋକ ଏବଂ ଗାଈ ଗୋରୁ ଆଘାତ ପାଇ ପ୍ରାଣ ହରାଉଛନ୍ତି । ସରକାର ଏନେଇ ସମ୍ବେଦନଶୀଳ ଅଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।