ଚୋରି ହୋଇନି ମହାପ୍ରଭୁଙ୍କ ମୋଦକ: ପୃଥ୍ୱୀରାଜ ହରିଚନ୍ଦନ

ମୋଦକ ଚୋରି ଅଭିଯୋଗର ସତ୍ୟତା ନଥିବା କହିଲେ ଶ୍ରୀମନ୍ଦିର ପ୍ରଶାସକ

ମହାପ୍ରଭୁଙ୍କ ମୋଦକ ଚୋରି ପ୍ରସଙ୍ଗରେ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।  ପ୍ରାରମ୍ଭିକ ତଦନ୍ତରୁ ଘଟଣାର ସତ୍ୟତା ନଥିବା କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଦଇତାପତି ନିଯୋଗ ସମ୍ପାଦକ ୩୧୩ ଦଶ ମୂଳ ମୋଦକ ନେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଗାରଦର କୌଣସି କର୍ମଚାରୀ ଏହା ସ୍ପର୍ଶ କରନ୍ତି ନାହିଁ । ଯଦି କିଏ ଦୋଷୀ ସାବ୍ୟସ୍ତ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି  । ଆହୁରି ତଦନ୍ତ କରିବୁ, CCTV ବି ଦେଖିବୁ ।  ଶ୍ରୀବିଗ୍ରହଙ୍କ ଲାଗି ଉଦ୍ଦେଶ୍ୟରେ ଆସିଥିବା ଦଶମୂଳ ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । ବଳଭଦ୍ରଙ୍କ ବଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ମୋଦକ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ । ୩୧୩ ମୋଦକରୁ ୭୦ଟି କମ ଥିବା କହିଥିଲେ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମୋଦକ ଚୋରି ହୋଇଥିବା ନେଇ ବଡଠାକୁରଙ୍କ ବାଡଗ୍ରାହୀ ଦଳଧର ଦାସ ମହାପାତ୍ର କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଏଭଳି ବିଭ୍ରାନ୍ତ ଗ୍ରହଣୀୟ ନୁହେଁ । ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କିଛି ଲୋକ ନିଜ ପତିଆରା ଦେଖେଇବା ପାଇଁ ମିଛ ପ୍ରଚାର କରିଛନ୍ତି । ମୋଦକ ଚୋରି ହୋଇନାହିଁ, ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି । ମହାପ୍ରଭୁଙ୍କ ମୋଦକ କେବେ ଗଣତି ହୁଏନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।