ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ

ଜୁନ୍ ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ହେବ ମକ୍ ଡ୍ରିଲ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ ।  ଭୁବନେଶ୍ୱର ବିମାନବନ୍ଦରରେ ହେବ ରିହର୍ସାଲ । ଜରୁରିକାଳୀନ ରିହର୍ସାଲ କରିବାକୁ ନିର୍ଦ୍ଦେଶ ଦେଇଛି DGCA ।  ଫୁଲସ୍କେଲ ରିହର୍ସାଲ ସମୟରେ ପୋଲିସ, ମେଡିକାଲ ଟିମ ଓ ଅଗ୍ନିଶମବାହିନୀ ଉପସ୍ଥିତ ରହିବେ । ବେଆଇନ କୋଠା ଉଚ୍ଛେଦ ଓ ଗଛ କାଟିବାକୁ ବିଏମସିକୁ କୁହାଯିବ । ଏହି ରିହାର୍ସଲ ଜୁନ୍ ୩୦ରେ ହେବ ।  ଏଥିରେ ପୋଲିସ, ମେଡିକାଲ ଓ ଅଗ୍ନିଶମ ଉପସ୍ଥିତ ରହିବେ । ଅହମ୍ମଦାବାଦ ପ୍ଲେନ କ୍ରାସ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଏଭଳି ସିକ୍ୟୁରିଟି ପ୍ରୋଗ୍ରାମ କରାଯିବ ।  ବିମାନ ବନ୍ଦର ଆଖପାଖରେ ସର୍ଭେ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ।