ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ ମନା

ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ମନା

ବିଧାନସଭା ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ ମନା । ମୋବାଇଲ, ପାଣି ବୋତଲ ନଆଣିବାକୁ କଟକଣା ଲଗାଇଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ । କିଛି ବିଧାୟକ ଫଟୋ ଉଠାଇବା ସହ ଫୋନରେ କଥା ହେଉଥିବା ଜାଣିବା ପରେ ବାଚସ୍ପତି ଏହି ପଦକ୍ଷେପ ନେଇଛନ୍ତି । ଗୃହରେ ଏ ସବୁ କରିବା ଅନୁଚିତ । ତେଣୁ ଗୃହରେ ମୋବାଇଲ ବ୍ୟବହାର ନ କରିବା ପାଇଁ ତାଗିତ କରିଛନ୍ତି ବାଚସ୍ପତି । ବାହାରେ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି କିନ୍ତୁ ବିଧାୟକ ମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି । ଏଥିରୁ କ୍ଷାନ୍ତ ରହିବା ସହ ଗୃହ ଭିତରକୁ ପାଣି ବୋତଲ ନେଇ ନ ଆସିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *