ମୋ ସ୍କୁଲ ଅଭିଯାନ ନାଁ ବଦଳିଲା

ମୋ ସ୍କୁଲ ଅଭିଯାନ ହେଲା ପଞ୍ଚଶଖା ଶିକ୍ଷା ସେତୁ ଯୋଜନା

ଗଣଶିକ୍ଷା ବିଭାଗର ମୋ ସ୍କୁଲ୍‌ ଅଭିଯାନ ନାଁ ବଦଳିଲା । ୨୦୧୭ରୁ ଆରମ୍ଭ ହୋଇଥିଲା ମୋ ସ୍କୁଲ୍‌ ଅଭିଯାନ ନାଁ ବଦଳିଲା। ନୂଆ ନାଁ ହେଲା ପଞ୍ଚଶଖା ଶିକ୍ଷା ସେତୁ ଯୋଜନା। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି। ଚଳିତ ବର୍ଷ ପୂର୍ଣ୍ଣାଙ୍ଗ ବଜେଟରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ନାଁକୁ ବଦଳରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ହେବ ବୋଲି ଘୋଷଣା କରିଥିଲେ। ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି ବ୍ୟୟବରାଦ ହୋଇଥିଲା।