ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଭୁବନେଶ୍ବରରେ ହାଇ ସିକ୍ୟୁରିଟି ଜୋନ୍

୩ ଦିନ ଭୁବନେଶ୍ୱରରେ ଚାଲିବନି ‘ମୋ ବସ୍’

ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ୱରରେ କଡ଼ାକଡି କରାଗଲା ସୁରକ୍ଷାବ୍ୟବସ୍ଥା । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କନିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨୯ ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ କଟକଣା ଲାଗୁ କରାଯାଇଛି । ଭିଭିଆଇପିଙ୍କ ଗସ୍ତକୁ ନଜର ରଖି ରାସ୍ତାରେ ଯାନବାହାନ ମନା ହୋଇଛି ।ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ ଜି ଛକ, ରାଜଭବନ ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ଯାଏ କଟକଣା ରହିଛି। ଯେଉଁ ଦିନ ଯେଉଁ ସମୟରେ ଭିଭିଆଇପିଙ୍କ ଗସ୍ତ ରହିଛି, ସେଠାରେ କଟକଣା ରହିବ। ସହର ପ୍ରବେଶ ପଥ ସହ ପ୍ରମୁଖ ଛକ ଗୁଡ଼ିକରେ ଚାଲିଛି କଡ଼ା ଚେକିଂ। BSF ଯବାନଙ୍କ ସହ ମିଶି ଯାନବାହନକୁ ଚେକିଂ କରିବା ସହ ସହରରେ ପାଟ୍ରୋଲିଂକୁ ଜୋରଦାର କରିଛି କମିଶନରେଟ୍ ପୋଲିସ।

ସେହିଭଳି ମୋ ବସ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେବ । ବିଭିନ୍ନ ରୁଟରେ ମୋ ବସ ଚଳାଚଳ ବାଧାପ୍ରାପ୍ତ ହେବା ନେଇ କ୍ରୁଟ୍ ତରଫରୁ ସୂଚନା ଦିଆଯାଇଛି । ରୁଟ୍ ନମ୍ବର ୯, ୧୦, ୧୧, ୧୨, AE୧, AE୨, ୧୩, ୧୭, ୨୦, ୨୧, ୨୨A, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬,୪୭, ୬୪ ଏବଂ ୬୬ରେ ମୋ ବସ ଚଳାଚଳ ପ୍ରଭାବିତ ହେବ ।

Leave a Reply

Your email address will not be published. Required fields are marked *