ଦରମା ମିଳିଲାନି ଗାଡ଼ି ଗଡ଼ିଲାନି

ଆମ ବସ୍ କର୍ମଚାରୀଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଦରମା ମିଳିଲାନି ଗାଡ଼ି ଗଡ଼ିଲାନି । ଠିକ୍ ସମୟରେ ଦରମା ନମିଳିବାରୁ ପ୍ରତିବାଦକୁ ଓହ୍ଲାଇଛନ୍ତି ଆମ ବସ କର୍ମଚାରୀ । ଆଜି ପୋଖରୀପୁଟ ଡିପୋର ବସ କର୍ମଚାରୀ ଏକାଠି ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଛନ୍ତି ।   ୪୩ଟି ବସ ବନ୍ଦ ପଡ଼ିଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । କୌଣସି ସାମାଜିକ ସୁରକ୍ଷା ବିନା ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । ଆଜି ୪୨ ଦିନ ବିତିଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର ।ସୂଚନା ଅନୁସାରେ ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା ।  କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ । ତିନିଦିନ ହେବ ଚକା ଟ୍ରାନ୍ସପୋର୍ଟ ପକ୍ଷରୁ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି ।  ଏମିତିକି ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ, ଇଏସଆଇ ମିଳୁନାହିଁ, କ୍ରୁଟ୍ ଦେଉଥିବା ଦରମା ମଧ୍ୟ ପାଉନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ।

Leave a Reply

Your email address will not be published. Required fields are marked *