ଖାତକୁ ଖସିଲା ମୋ-ବସ୍

ନାଳକୁ ଖସିଲା ମୋ-ବସ୍ , ୨୦ ଯାତ୍ରୀ ଆହତ

ନାଳକୁ ଖସିଲା ମୋ-ବସ୍ , ୨୦ ଯାତ୍ରୀ ଆହତ। ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସିଲା ମୋ-ବସ୍ । ୨୦ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଭୁବନେଶ୍ବରରୁ ଖୋର୍ଦ୍ଧା ଆସୁଥିଲା ବସ୍ । ସୂଚନାନୁସାରେ, ଦୁର୍ଘଟଣା ଘଟିବା ସମୟରେ ପ୍ରାୟ ୨୫ରୁ ୩୦ ଜଣ ଯାତ୍ରୀ ଥିଲେ । ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ଦୁଇଜଣ ଗୁରୁତର ଥିବା କୁହାଯାଉଛି । କିଛି ଯାତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଯଦିଓ କିଛି ଯାତ୍ରୀ ପୋଲିସ ନିୟନ୍ତ୍ରଣ କକ୍ଷକୁ ସହାୟତା ପାଇଁ ଡାଏଲ କରିଥିଲେ ମଧ୍ୟ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଅଭିଯୋଗ ହୋଇଛି । ପରେ କିଛି ଯାତ୍ରୀ ମୋ-ବସର ୱିଣ୍ଡୋ ଗ୍ଲାସ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ।