ନାବାଳିକା ଉପରେ ଚଢିଗଲା ମୋ ବସ୍
ଭୁବନେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା। ନାବାଳିକା ଉପରେ ଚଢିଗଲା ମୋ ବସ୍। ଦୁର୍ଘଟଣାରେ କୁନି ଝିଅର ମୃତ୍ୟୁ। ଭୁବନେଶ୍ଵର-ନନ୍ଦନକାନନ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ନନ୍ଦନକାନନ ଥାନା ରଘୁନାଥପୁର ଅଞ୍ଚଳରେ ଦୁର୍ଘଟଣାପ୍ରତିବାଦରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି। ଉଭୟ ପଟେ ଅଟକି ରହିଛି ଶହ ଶହ ଗାଡ଼ି। ଘଟଣାସ୍ଥଳରେ ନନ୍ଦନକାନନ ପୋଲିସ ପହଞ୍ଚି ତଦନ୍ତ କରୁଛି। ରାସ୍ତା ଉପରେ ବାଉଁଶ ବାନ୍ଧି ପ୍ରତିବାଦ କରୁଛନ୍ତି ଲୋକେ।
