ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ବିଜେଡି ବୟକଟ

ବିଜେଡି କରିବ ବିଧାୟକ ପ୍ରଶିକ୍ଷଣ ଶିବିର

ବିଜେଡି କରିବ ବିଧାୟକ ପ୍ରଶିକ୍ଷଣ ଶିବିର । ଆସନ୍ତା ୨୫ ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ । ବିଧାନସଭା ନୀତି ନିୟମ ବାବଦରେ ଯେଉଁ ମାନଙ୍କ ଜ୍ଞାନ ଅଛି ସେମାନେ ବିଧାୟକ ମାନଙ୍କୁ ପ୍ରଶିକ୍ଷଣ ଦେବେ। ୨୫ ତାରିଖରେ ଦିନିକିଆ ପ୍ରଶିକ୍ଷଣ ଶିବିର ହେବ। ସକାଳ ୧୦ଟାରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ ବୋଲି ପ୍ରତାପ ଦେବ କହିଛନ୍ତି । ସେପଟେ ଦୁଇ ଦିନ ଧରି ବିଧାନସଭା ପକ୍ଷରୁ ଚାଲିଥିବା ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ବିଜେଡି ବୟକଟ କରିଛି । ଏଥିରେ ବିଜେଡିର କୌଣସି ବିଧାୟକ ଯୋଗ ଦେଇନାହାନ୍ତି । ଏହି ପ୍ରଶିକ୍ଷଣ ଶିବିରରେ ଉଦଘାଟକ ଓ ଉଦଯାପନୀ ଉତ୍ସବର ଅତିଥିଙ୍କୁ ନେଇ ବିଜେଡି ପ୍ରଶ୍ନ ଉଠାଇ ବୟକଟ କରିଛି ।

Leave a Reply

Your email address will not be published. Required fields are marked *