ବିଜେଡି ଛାଡ଼ିଲେ ବିଧାୟକ ଅରବିନ୍ଦ ଢାଲି
ବିଜେଡି ଛାଡ଼ିଲେ ବିଧାୟକ ଅରବିନ୍ଦ ଢାଲି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ଆସନ୍ତାକାଲି ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ରହିଛି । ବିଜେଡିରୁ ଇସ୍ତଫା ପରେ ଅରବିନ୍ଦ ଢାଲି କହିଛନ୍ତି ଘରବାହୁଡ଼ା କରିବି । ‘ଆସନ୍ତାକାଲି ବିଜେପିରେ ଯୋଗ ଦେବି । କ’ଣ ଦାୟିତ୍ୱ ଦିଆଯିବ ତାହା ଦଳ ନିଷ୍ପତ୍ତି ନେବ । ନିର୍ବାଚନ ଲଢ଼ିବି, ନ ଲଢ଼ିବି ତାହା ଦଳ ନିଷ୍ପତ୍ତି ନେବ । ଲୋକଙ୍କ ମତାମତ ଗ୍ରହଣ କରି ନିଷ୍ପତ୍ତି ନେଇଛି ।’ ତେବେ ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜ୍ୟ ରାଜନୀତି ସରଗରମ ହେଉଛି । ଗୋଟିଏ ପରେ ଗୋଟିଏ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି ।
ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଅରବିନ୍ଦ ଢାଲି ୬ ଥର ବିଧାୟକ ରହିଛନ୍ତି । ପ୍ରଥମେ ବିଜେପି ଟିକେଟରୁ ବିଧାୟକ ହୋଇଥିବା ଅରବିନ୍ଦ ପରବର୍ତ୍ତୀ ସମୟରେ ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ବିଜେଡିରେ ସାମିଲ ହୋଇଥିଲେ । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଅରବିନ୍ଦ ପୁଣିଥରେ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଫେରିଛନ୍ତି । ତେବେ ଇସ୍ତଫା ଦେବା ପଛରେ ସେଭଳି କୌଣସି ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି ଅରବିନ୍ଦ ଢାଲି ।