ମିଜୋରାମରେ ମାଗିପାରିବେନି ଭିକ୍ଷା

ମିଜୋରାମରେ ଭିକ୍ଷା ବୃତ୍ତି ଉପରେ ଜାରି ହେଲା ପ୍ରତିବନ୍ଧକ

ମିଜୋରାମରେ ଭିକ୍ଷା ବୃତ୍ତି ଉପରେ ଜାରି ହେଲା ପ୍ରତିବନ୍ଧକ । ଏଥିଲାଗି ମିଜୋରମ ବିଧାନସଭାରେ ପାସ ହୋଇଛି ବିଲ୍ । ବିରୋଧୀ ସଦସ୍ୟମାନଙ୍କ ପ୍ରବଳ ବିରୋଧ ସତ୍ତ୍ବେ ମିଜୋରାମ ବିଧାନସଭାରେ ପାରିତ ହୋଇଛି ମିଜୋରମ ପ୍ରୋହିବିସନ ଅଫ ବେଗାରି ବିଲ୍ ୨୦୨୫ । ଯୋଜନା ଜରିଆରେ କେବଳ ଭିକ୍ଷାବୃତ୍ତିକୁ ପ୍ରତିବନ୍ଧକ କରାଯାଇନାହିଁ ବରଂ ସେମାନଙ୍କୁ ଥଇଥାନ କରିବା ସହ ନୂଆ ଜୀବିକା ପାଇଁ ସୁଯୋଗ ସୁନିଶ୍ଚିତ କରାଯିବ ।ଗୃହରେ ବିରୋଧୀଙ୍କୁ କଡ଼ା ଜବାବ ରଖି ଏହା କହିଛନ୍ତି ସାମାଜିକ କଲ୍ୟାଣ ମନ୍ତ୍ରୀ ଲାଲରିନପୁଇ । ଏହାସହ କହିଛନ୍ତି ମିଜୋରାମର ସାମାଜିକ ବର୍ଗୀକରଣ ଯୋଗୁ ରାଜ୍ୟରେ ଭିକାରି ସଂଖ୍ୟା ବହୁତ କମ୍ । ଏଣୁ ଭିକାରିଙ୍କ ସଂଖ୍ୟା ବୃଦ୍ଧି ପୂର୍ବରୁ ଏ ଦିଗରେ ପଦକ୍ଷେପ ନିଆଯାଇଛି । ବିଭିନ୍ନ ଚର୍ଚ୍ଚ, NGO ଓ ସାମାଜିକ ଅନୁଷ୍ଠାନ ଦ୍ବାରା ନିଆଯାଉଥିବା ପଦକ୍ଷେପ ଯୋଗୁ ଏଠାରେ ଭିକାରିଙ୍କ ସଂଖ୍ୟା ହ୍ରାସ ପାଇଛି ।