ମିଳିଲା ନିଖୋଜ ଡଙ୍ଗା ଚାଳକଙ୍କ ମୃତଦେହ

ଚିଲିକାରେ ନିଖୋଜ ବିକ୍ରମଙ୍କ ମୃତଦେହ ଉଦ୍ଧାର

ମିଳିଲା ନିଖୋଜ ଡଙ୍ଗା ଚାଳକଙ୍କ ମୃତଦେହ । ଚିଲିକା ହ୍ରଦରେ ପର୍ଯ୍ୟଟକମାନଙ୍କୁ ଡଲଫିନ୍ ଦେଖାଉଥିବା ବେଳେ ଯାତ୍ରୀବାହୀ ଡଙ୍ଗାର ଯେଉଁ ଚାଳକ ନିଖୋଜ ହୋଇଯାଇଥିଲେ, ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ଚାଳକ ବିକ୍ରମ ଜାଲିଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତାପରେ ଅଗ୍ନିଶମ କର୍ମଚାରୀମାନେ ଆସି ବିକ୍ରମ ଜାଲିଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଫାଣ୍ଡି ଅଧୀନ ଡ୍ରୋଜର କୁଦାଠାରେ ବୁଧବାର ଅପରାହ୍ଣରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।  ନିଖୋଜ ନାବିକ ହେଲେ ବିକ୍ରମ ଜାଲି । ସେ ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଫାଣ୍ଡିର ବଳଭଦ୍ରପୁର ନିବାସୀ। ପଶ୍ଚିମବଙ୍ଗର ହାଓଡ଼ାରୁ ଚୟନ ହାଜରାଙ୍କ ହେପାଜତରେ ୨ଟି ପରିବାର ବୁଧବାର ଅପରାହ୍ଣରେ ସାତପଡ଼ାରେ ପହଞ୍ଚିଥିଲେ । ଏହି ୨ଟି ପରିବାରରେ ୩ଜଣ ଶିଶୁ, ୨ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ଥିଲେ। ଅପରାହ୍ଣ ପ୍ରାୟ ୨ଟାରେ ପଶ୍ଚିମବଙ୍ଗର ପର୍ଯ୍ୟଟକମାନେ ଏକ ଘରୋଇ ଡଙ୍ଗାରେ ଚିଲିକାର ବୃହତ୍ ଜଳରାଶି ଭିତରକୁ ପ୍ରବେଶ ଡଲଫିନ୍ ଦେଖିବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ । ପର୍ଯ୍ୟଟକମାନେ ଡ୍ରୋଜର କୁଦାରେ ପହଞ୍ଚିଲା ପରେ ନାବିକ ବିକ୍ରମ ଜାଲି ଡଙ୍ଗାକୁ ବନ୍ଦ କରିଦେଇଥିଲେ । ଏବଂ ଏହାପରେ ଦୁର୍ଘଟଣା ଘଟିଥିଲା