ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କର: ଉପମୁଖ୍ୟମନ୍ତ୍ରୀ

ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ । ୩ ଜଣ ଦୁର୍ବୃତ୍ତ ଆସି ନିଆଁ ଲଗାଇଦେଲେ। ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରେ ଅଘଟଣ । ଛାତ୍ରୀ ଜଣକ ଚାଲିଚାଲି ସାଙ୍ଗ ଘରକୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ନିଆଁ ଲଗାଇଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବରର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବଳଙ୍ଗା ପୋଲିସର ତଦନ୍ତ ଜାରି ରହିଛି । ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିଦ୍ଦେର୍ଶ ଦେଇଛନ୍ତି।