ଦିଲ୍ଲୀରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
ଦିଲ୍ଲୀରୁ ଆସିଲା ଆଉ ଏକ ଲଜ୍ଜ୍ୟାଜନକ ଘଟଣା । ଏକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ସୁଟ୍ କେସ୍ ମଧ୍ୟରୁ ପୀଡିତା ନାବାଳିକାକୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣାପଡିଛି । ଏହା ପରେ ପରିବାର ଲୋକେ ନାବାଳିକାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲେ । ଯାହାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।ସୂଚନା ଅନୁଯାୟୀ, ଝିଅଟି ତାଙ୍କ ବଡ଼ ମା’ଙ୍କୁ ବରଫ ଦେବାକୁ ଘରୁ ବାହାରି ଯାଇଥିଲା । କିନ୍ତୁ ୨ଘଣ୍ଟା ପରେ ମଧ୍ୟ ଝିଅ ଘରକୁ ଫେରିନଥିଲା । ତେଣୁ ନାବାଳିକାର ବାପା ତାଙ୍କ ଝିଅକୁ ଖୋଜିବା କରିଦେଇଥିଲେ । ତାଙ୍କ ଝିଅ ଘରଠାରୁ ପ୍ରାୟ ୨୦୦ମିଟର ଦୂରରେ ଥିବା ଫ୍ଲାଟ ଆଡକୁ ଯାଉଥିବାର ଦେଖିଛନ୍ତି ବୋଲି ଜଣେ ବ୍ୟକ୍ତି ନାବାଳିକାର ବାପାଙ୍କୁ ସୂଚନା ଦେଇଥିଲେ । ପରେ ଝିଅଟିର ବାପା ସେହି ଫ୍ଲାଟ ଆଡକୁ ଗଲେ । ସେହି ଫ୍ଲାଟର ଦ୍ବିତୀୟ ମହଲାର ସାମ୍ନା ଗେଟ୍ ବନ୍ଦ ଥିବା ଝଅର ବାପା ଦେଖିଥିଲେ । ତେଣୁ ସେ ତାଲାକୁ ଭାଙ୍ଗିଦେଇଥିଲେ । ସେଠାରେ ସେ ପହଞ୍ଚି ଦେଖନ୍ତି ତ ସୁଟକେସରୁ ଝିଅ ମିଳିଥିଲାବେଳେ ଦେହରେ ପୋଷାକ ନଥିଲା । ଯାହାକୁ ଦେଖି ଝିଅଟିର ବାପା ଦୁଃଖରେ ଭାଙ୍ଗିପଡିଥିଲେ । ଝିଅକୁ ଏପରି ଅବସ୍ଥାରେ ଦେଖି ତୁରନ୍ତ ତା’କୁ ହସ୍ପିଟାଲରେ ନେଇ ପହଞ୍ଚିଥିଲେ । କିନ୍ତୁ ଡାକ୍ତର ସେଠାରେ ଝିଅଟିକୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ପୋଲିସ ଏହି ମାମଲା ବିରୋଧରେ ତଦନ୍ତ ଆରମ୍ଭ କରିଛି ।
