ଆନ୍ଦୋଳନରୁ ଓହରିବାକୁ ଓଏଏସ ଅଧିକାରୀଙ୍କୁ ଅନୁରୋଧ କଲେ ମନ୍ତ୍ରୀ

ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପ୍ଲାନ 1,2,3 ଥାଏ

ଓଏଏସମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅପିଲ୍ କରିଛନ୍ତି ରାଜସ୍ବ ମନ୍ତ୍ରୀ । ରାଜ୍ୟବ୍ୟାପୀ ଓଏଏସ୍ ଅଫିସରଙ୍କ ଆନ୍ଦୋଳନ ଯୋଗୁଁ ଅଫିସ୍ କାର୍ଯ୍ୟ ଅଚଳ ହୋଇପଡିଥିବା ବେଳେ କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି, ଦଳରୁ ବି ନିଲମ୍ବିତ ହୋଇଛନ୍ତି । ଯଦି ପ୍ରଚ୍ଛଦପଟରେ କିଏ ଥିବ, ତାକୁ ମଧ୍ୟ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ଏଥିସହ ଧର୍ମଘଟକୁ ନେଇ ସୁପ୍ରିମକୋର୍ଟର ମଧ୍ୟ କଟକଣା ରହିଛି କହି ମନ୍ତ୍ରୀ ଓଏଏସ୍ ଅଧିକାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ।

ସବୁ ସମସ୍ୟାର ସମାଧାନ ପାଇଁ ସରକାର ଙ୍କ ପ୍ଲାନ 1,2,3 ଥାଏ।  ଅତିରିକ୍ତ ତହସିଲଦାର କୁ ମାଫିଆ ମାଡ଼ କଲା ବେଳେ କିଏ ଆସିଥିଲେ କି। କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ ମୁଁ ନିଜେ ରାଜସ୍ବ ମନ୍ତ୍ରୀ ଭାବେ ସାମ୍ନାକୁ ଆସିଥିଲି। ଆମ ଉପରେ ଭରସା ରଖନ୍ତୁ ଅଧିକାରୀ। ଯେଉଁ ଅଫିସର ଧର୍ମଘଟ ଅଛନ୍ତି ତାଙ୍କ କଷ୍ଟ ଆଉ ଭାବନା ସହ ସରକାର ଅଛନ୍ତି। ସେମାନଙ୍କୁ ନେଇକି ସରକାର ଚାଲେ। ଘଟଣାରେ 5 ଜଣ ଗିରଫ ହୋଇଛି ସାରିଲେଣି। ଦଳରୁ ବି ନିଲମ୍ବନ ହୋଇଛନ୍ତି। ବିନା ପ୍ରମାଣ ରେ ଯଦି ପ୍ରଚ୍ଛଦ ପଟରେ କିଏ ତାକୁ ଗିରଫ କରାଯିବ ତାହେଲେ କୋର୍ଟରେ ଗ୍ରହଣ ଯୋଗ୍ୟ ହେବ ନାହିଁ। ଯେଉଁ ମାନଙ୍କର ଭିଡିଓ ଫୁଟେଜ ଅଛି ସେମାନେ ଗିରଫ ହୋଇଛନ୍ତି। ପ୍ରଚ୍ଛଦ ପଟରେ କିଏ ଅଛନ୍ତି ଖୋଜିବାକୁ ସମୟ ଲାଗିବ। କେହି ବର୍ତ୍ତିବେ ନାହିଁ ଆଇନ ତା ବାଟରେ ଯିବ। ରାଜ୍ୟରେ ବନ୍ୟା ପରିସ୍ଥିତି ରଥଯାତ୍ରା ଅନୁଷ୍ଠିତ ହେଉଛି। ତେଣୁ ସ୍ଥଗିତ ରଖ ପରବର୍ତ୍ତୀ ସମୟରେ ମଧ୍ୟ କରିପାରିବେ। ଧର୍ମଘଟକୁ ନେଇକି ବି ସୁପ୍ରିମକୋର୍ଟର ନିର୍ଦ୍ଦେଶ ରହିଛି।