ଅକ୍ଟୋବର ୫ ସୁଦ୍ଧା ୧୬୦୧୦ ଶିକ୍ଷକ ପାଇବେ ନିଯୁକ୍ତି
ଶିକ୍ଷକ ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ, କହିଲେ ଅକ୍ଟୋବର ୫ ସୁଦ୍ଧା ୧୬୦୧୦ ଶିକ୍ଷକ ନିଯୁକ୍ତି ପାଇବେ ବୋଲି ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ରାଜ୍ୟରେ ସରକାର ବଦଳିବା ପରଠୁ ସ୍କୁଲ ଛାତ୍ର ଛାତ୍ରୀଙ୍କ ଡ୍ରେସ କୋଡ଼ ପରିବର୍ତ୍ତନ ପରେ ବିଦ୍ୟାଳୟର ରଙ୍ଗ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠିଥିଲା । ଏ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ପୂର୍ବ ସରକାର ଭଳି ଆମେ କୌଣସି ବିଦ୍ୟାଳୟର ରଙ୍ଗ ବଦଳାଇବୁ ନାହିଁ । ଅକ୍ଟୋବର ୫ ସୁଦ୍ଧା ରାଜ୍ୟରେ ୧୬୦୧୦ ଶିକ୍ଷକ ନିଯୁକ୍ତି ପାଇବେ । କୌଣସି ବିଦ୍ୟାଳୟରେ ଆଉ ଜଣେ ଶିକ୍ଷକ ରହିବେ ନାହିଁ । ଆବଶ୍ୟକ ପଡିଲେ ଅଧିକ ଶିକ୍ଷକ ନିଯୁକ୍ତି କରାଯିବ । ଯେଉଁ ବିଦ୍ୟାଳୟଗୁଡିକରେ ଆନୁସଂଘୀକ ବ୍ୟବସ୍ଥାର ଅଭାବ ରହିଛି, ସେହି ବିଦ୍ୟାଳୟ ଗୁଡିକରେ ପିଏମ୍ ଶ୍ରୀ ଯୋଜନା ମାଧ୍ୟମରେ ଉନ୍ନତିକରଣ କରାଯିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।