ଗ୍ରାମ୍ୟ ବ୍ଯାଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷଲକ୍ଷ ଟଙ୍କା !

ଅଜଣା ସୂତ୍ରରୁ ଆକାଉଣ୍ଟକୁ ଆସୁଛି ପୁଳାପୁଳା ଟଙ୍କା !

ଆପଣଙ୍କ ଗ୍ରାମ୍ୟ ବ୍ୟାଙ୍କରେ ଆକାଉଣ୍ଟ ଅଛି କି ? ଯଦି ଅଛି ତେବେ ଶୀଘ୍ର ଆକାଉଣ୍ଟ ଚେକ କରନ୍ତୁ କାହିଁକି ନା ଏବେ ବ୍ୟାଙ୍କ ଖାତାକୁ ଆସୁଛି ପୁଳାପୁଳା ଟଙ୍କା । କାହା ପାଖକୁ ୮ ହଜାର ତ ଆଉ କାହା ପାଖକୁ ୬୦ହଜାର ଟଙ୍କା ଆସିଛି । ଟଙ୍କା ଆସୁଛି ଖବର ପାଇଁ ବ୍ୟାଙ୍କ୍ ଆଗରେ ଲାଗିଛି ଲମ୍ବା ଲାଇନ୍ । କେଉଁଠୁ ଓ କାହିଁକି ବ୍ୟାଙ୍କ୍ ଖାତାକୁ ଟଙ୍କା ଆସିଛି, ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉକ୍ରଣ୍ଠା ଦେଖା ଦେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଆସିଛି ଏଭଳି ଏକ ଖବର । କେନ୍ଦ୍ରାପଡ଼ା ଜିଲ୍ଲା ବାଟିପଡ଼ା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ ଶାଖା ।

ବ୍ୟାଙ୍କ୍ ଖାତାକୁ ଟଙ୍କା ଆସୁଥିବା ଖବର ପାଇ, ଶାଖାରେ ପହଂଚିଛନ୍ତି ସ୍ଥାନୀୟ ବାସିନ୍ଦା । ଖାଲି କେନ୍ଦ୍ରାପଡା ନୁହଁ ଯାଜପୁରର କିଛି ଗ୍ରାମ୍ୟବ୍ଯାଙ୍କ ରେ ମଧ୍ୟ ଏପରି ଦେଖିବାକୁ ମିଳିଛି । ଲୋକଙ୍କ ଆକାଉଣ୍ଟକୁ ଅଜଣା ସୂତ୍ରରୁ ଆସୁଛି ଟଙ୍କା। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବେତନା, ବାଲିସାହି, ବାଲିଚନ୍ଦ୍ରପୁର ଗାଁର ୫୦୦ରୁ ଅଧିକ ଲୋକଙ୍କ ଆକାଉଣ୍ଟକୁ ଆସିଛି ଲକ୍ଷ ଲକ୍ଷ ଟଙ୍କା। କାହିଁକି ଆସୁଛି ଏହି ଟଙ୍କା ତାହା ଜଣାପଡିନଥିବା ବେଳେ ଏନେଇ ରହସ୍ୟ ଉଠିନି ।