କୋଟିପତି ଫରେଷ୍ଟରଙ୍କ ୭ଟି ଦାମୀ ପ୍ଲଟ, କେଜିଏ ସୁନା ଓ ବିଦେଶୀ ମୁଦ୍ରା
କୋଟିପତି ଫରେଷ୍ଟରଙ୍କ ସଂପତ୍ତି ଦେଖି ଟେରା ହୋଇଗଲା ଭିଜିଲାନ୍ସ । ଭୁବନେଶ୍ବର ଝାରପଡ଼ାରେ ଥିବା ବହୁତଳ କୋଠାରେ ରେଡ୍ ବେଳେ ମିଳିଛି ପୁଳା ପୁଳା ଅଳଙ୍କାର ଓ ଟଙ୍କା । କୋରାପୁଟ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ଭୁବନେଶ୍ବର ଝାରପଡ଼ା ଅଞ୍ଚଳରେ ରହିଛି ୨ଟି ବହୁତଳ କୋଠା ।ଭୁବନେଶ୍ବର, ଜଗତସିଂହପୁର ଓ ସେମିଳିଗୁଡ଼ାରେ ରହିଛି ୭ଟି ଦାମୀ ପ୍ଲଟ। ଫରେଷ୍ଟରଙ୍କ ୭ ପ୍ଲଟ, କେଜିଏ ସୁନା ଓ ବିଦେଶୀ ମୁଦ୍ରା ଠାବ କରିଛି ଭିଜିଲାନ୍ସ। ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ସହ ବିଦେଶୀ ମୁଦ୍ରା ମଧ୍ୟ ଠାବ ହୋଇଛି । ଚାକିରି ଆରମ୍ଭ ବେଳେ ଫରେଷ୍ଟରଙ୍କ ଦରମା ଥିଲା ୬୨୫ ଟଙ୍କା । ୧୯୮୮ରେ ଫରେଷ୍ଟ ଗାର୍ଡ ଭାବେ ଚାକିରି ଆରମ୍ଭ କରିଥିଲେ ନିରଞ୍ଜନ ଶତପଥୀ ।ନିରଞ୍ଜନଙ୍କ ୫ ଠିକଣାରେ ରେଡ୍ ଚାଲୁଛି । ଭୁବନେଶ୍ୱର ଝାରପଡ଼ାରେ ଦୁଇଟି ତିନି ମହଲା ଘର, ଜଗତସିଂହପୁର ମୁକୁନ୍ଦପୁରରେ ଥିବା ପୈତୃକ ଘର, କୋରାପୁଟ ସେମିଳିଗୁଡ଼ା ଅଫିସ ଓ କ୍ବାଟର୍ସରେ ଏକକାଳୀନ ରେଡ୍ ଚାଲିଛି । ୬ ଜଣ ଡିଏସପି, ୭ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଛନ୍ତି ।
