Mig-29 ଫାଇଟର ଜେଟ୍ କ୍ରାସ୍
ଉତ୍ତର ପ୍ରଦେଶର ଆଗ୍ରାରେ ଭାରତୀୟ ବାୟୁସେନାର ମିଗ-୨୯ ଯୁଦ୍ଧ ବିମାନ କ୍ରାସ୍ । ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି । ଆଗ୍ରାର ସୋନଗା ଗାଁରେ ଥିବା ଗୋଟିଏ ଖୋଲା ପଡ଼ିଆରେ ବିମାନଟି ଖସିବା ପରେ ହୁତହୁତ ହୋଇ ଜଳିବାକୁ ଲାଗିଥିଲା । ତେବେ ବିମାନରେ ଥିବା ପାଇଲଟ ଜଣଙ୍କ ଏଥିରୁ ସୁରକ୍ଷିତ ଭାବେ ବାହାରି ଆସିବାକୁ ସକ୍ଷମ ହୋଇଛନ୍ତି । ବିମାନଟି ଜଳୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ମିଗ୍ -୨୯ର ପାଇଲଟ୍ ପାରାଚ୍ୟୁଟ ଯୋଗେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । କେଉଁ ପରିସ୍ଥିତିରେ ଯୁଦ୍ଧ ବିମାନ କ୍ରାସ୍ ହେଲା, ତାହା ସ୍ପଷ୍ଟ ହୋଇନି। ଏୟାରଫୋର୍ସ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।