ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର TRP ଉପରେ ରୋକ୍
ଆଉ ୪ ସପ୍ତାହ ମିଳିବନି TRP । ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର TRP ଉପରେ ରୋକ୍ । ଆଉ ୪ ସପ୍ତାହ ମିଳିବନି ରେଟିଂ । ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଟିଭି ଚ୍ୟାନେଲ୍ ଯେପରି ଅତିରଞ୍ଜିତ ଖବର ପ୍ରସାରଣ ନକରନ୍ତି, ସେଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ବଡ଼ ନିଷ୍ପତ୍ତି ନେଇଛି । ଏନେଇ BARCକୁ ଚିଠି ଦେଇଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ।ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର TRPକୁ ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଦେଇଛି ମନ୍ତ୍ରଣାଳୟ । ଯୁଦ୍ଧ ସମୟରେ ରେଟିଂ ପାଇବା ଆଶାରେ ଚ୍ୟାନେଲ୍ ଗୁଡ଼ିକ ଯେପରି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଲା ଭଳି ଖବର ନଦେଖାନ୍ତି ଚିଠିରେ ଉଲ୍ଲେଖ ରହିଛି । ଏହା ସହ ଚ୍ୟାନେଲ୍ ଗୁଡ଼ିକ କେବଳ ନମ୍ବର-୧ ହେବା ପାଇଁ ଚେଷ୍ଟା ନକରି ଗମ୍ଭୀରତାର ସହ ଖବର ପରିବେଷଣ କରନ୍ତୁ ବୋଲି ନିର୍ଦ୍ଦେଶ ରହିଛି ।
