ମେଟ୍ରୋ ପ୍ରକଳ୍ପ ନେଇ ବଡ଼ ଅପଡେଟ୍‌

ଭୁବନେଶ୍ବରରୁ SCB ଯାଏଁ ଗଡ଼ିବ ମେଟ୍ରୋ

ମେଟ୍ରୋ ପ୍ରକଳ୍ପ ନେଇ ମିଳିଲା ବଡ଼ ଅପଡେଟ୍‌ । କଟକ ବଡ଼ ମେଡିକାଲ ଯାଏଁ ସଂପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ ସଂପ୍ରସାରଣ ହେବ। ‘କଟକ ବସ୍ ଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ମେଟ୍ରୋ ପାଇଁ କମିଟି ଗଠନ କରାଯାଇଛି। ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି କମିଟି, ନୂଆ DPR ପ୍ରସ୍ତୁତ କରାଯାଉଛି। କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।