ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନି, ସାମୟିକ ଭାବେ ସ୍ଥଗିତ ରହିଛି

ବାତିଲ ହୋଇନି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ

ବାତିଲ ହୋଇନି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ, ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ କେଉଁଠି ମନା କରିନାହାନ୍ତି, ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ନ ହେଲେ କାଲି ମେଟ୍ରୋର ଆବଶ୍ୟକତା ରହିଥିବା ମନ୍ତ୍ରୀ କହିଛନ୍ତି । ଏଥିପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । କେଉଁ ଉପାୟରେ ମେଟ୍ରୋ ପ୍ରକଳ୍ପ ହେବେ ସେନେଇ ଅନୁଧ୍ୟାନ କରାଯାଉଛି । ଏବେ ଯାହା ହେବ କେନ୍ଦ୍ର ସରକାରଙ୍କ ସହାୟତା ଓ ସହଯୋଗରେ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।ପୂର୍ବରୁ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଚିଠି ଲେଖିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଚିଠି ଲେଖି କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଥିଲେ ।

Leave a Reply

Your email address will not be published. Required fields are marked *