କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ସୂଚନା

ମେଘାଳୟରୁ ଆସାମ ହେବ ୪ ଲେନ୍ ରାସ୍ତା, ଖର୍ଚ୍ଚ ହେବ ୨୨,୮୬୪ କୋଟି

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ସୂଚନା । କେନ୍ଦ୍ର ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ସିଲଂରୁ ସିଲଚର କରିଡରକୁ ମିଳିଲା ମଞ୍ଜୁରି। ଅର୍ଥାତ୍ କ୍ୟାବିନେଟରେ ନର୍ଥ ଇଷ୍ଟ କରିଡର ଉପରେ ନିଷ୍ପତ୍ତି। କ୍ୟାବିନେଟ୍ ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ସୂଚନା। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମେଘାଳୟରୁ ଆସାମ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ। ଏଥିପାଇଁ ବ୍ୟବରାଦ ହୋଇଛି ୨୨ ହଜାର ୮୬୪ କୋଟି। ୧୬୬.୮ କିମି ଫୋର୍ ଲେନ୍ ହାଇଓ୍ୱେ ନିର୍ମାଣ ହେବ। ମେଘାଳୟରୁ ଆସାମ ଯାଏଁ ନୂଆ ହାଇଓ୍ୱେ ହେବ। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମେଘାଳୟରୁ ଆସାମ ୪ ଲେନ୍ ରାସ୍ତା ହେବ। ଆଉ ଏହି କାମ ୩ ବର୍ଷ ରେ ସରିବ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ।