କାହାକୁ ମିଳିବ କେଉଁଠୁ ଟିକଟ ନବୀନ ନିବାସରେ ଚାଲିଛି ସମୀକ୍ଷା
ବିଜେଡିର ଟିକଟ କସରତ। ନବୀନ ନିବାସରେ ଚାଲିଛି ସମୀକ୍ଷା। ପୂର୍ବାହ୍ଣରେ ଗଂଜାମ ଜିଲ୍ଲାର ଦୁଇ ସଂସଦୀୟ କ୍ଷେତ୍ର ଆସିକା ଓ ବ୍ରହ୍ମପୁର ପାଇଁ ବୈଠକ ସରିଥିବା ବେଳେ ଏବେ ଭୁବନେଶ୍ୱର ଓ କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ଆଲୋଚନା ଚାଲିଛି। ବୈଠକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏଥିସହ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ଚକ୍ରମଣି କଅଁର, ସାଲୁଗା ପ୍ରଧାନ, ଅଙ୍ଗଦ କଅଁର, ମହୀଧର ରଣା, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଅଛନ୍ତି। ଚର୍ଚ୍ଚା ହେଉଛି ବ୍ରହ୍ମପୁର ସାଂସଦ ଭାବେ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ରିପିଟ୍ କରିପାରେ। ବିପ୍ଲବଙ୍କୁ ଦିଗପହଣ୍ଡି, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ ଟିକେଟ ମିଳିପାରେ। ଏପରିସ୍ଥଳେ ରମେଶ ଚ୍ୟାଉପଟ୍ଟନାୟକଙ୍କୁ ବ୍ରହ୍ମପୁର ଟିକେଟ ମିଳିପାରେ। ଉଷା ଦେବୀଙ୍କ ପୁଅ ଶ୍ରୀରୂପଙ୍କୁ ଚିକିଟିରୁ ଦଳ ମଇଦାନକୁ ଓହ୍ଲାଇପାରେ। ପରାଜିତ ସିଟ୍ ମୋହନା ଓ ପାରଳାଖେମୁଣ୍ଡି ପାଇଁ ଦଳ ଏବେ ବି କସରତ ଜାରି ରଖିଛି।