ଡିଜି କ୍ୟାମ୍ପ ଅଫିସରେ ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

ନିର୍ବାଚନ ପାଇଁ ଓଡ଼ିଶା ପୋଲିସର ବୈଠକ

ନିର୍ବାଚନ ପାଇଁ ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଡିଜି କ୍ୟାମ୍ପ ଅଫିସରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଗୁଇନ୍ଦା ଆଇଜି ଅନୁପ ସାହୁ, ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗର ଡିଆଇଜି ଉମା ଶଙ୍କର ଦାଶଙ୍କ ସମେତ ବହୁ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସହ ଅପରେସନ୍ ଆଇଜି ଦେବଦତ୍ତ ସିଂହ ମଧ୍ୟ ବୈଠକରେ ସାମିଲ ହୋଇଥିଲେ । ଏହା ସହ ଭିଡିଓ କନଫରେନ୍ସିରେ ସବୁ ଏସପି ସାମିଲ ହୋଇଥିଲେ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଗୁରୁତ୍ୱ ଦିଆଯାଇଛି । ବନ୍ଧୁକ, ମଦ, ଟଙ୍କା, ଚୋରା କାରବାର ରୋକିବାକୁ ଗୁରୁତ୍ୱ ଦିଆଯାଉଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯିବ । ଜାନୁଆରୀରୁ ସୀମାବର୍ତ୍ତୀ ଅଞ୍ଚଳରେ ଚେକିଂ ବ୍ଲକିଂ କଡାକଡି କରାଯାଇଛି । ୱାରେଣ୍ଟ ଥିବା ଅପରାଧୀ, ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ ପାଇଁ ପଦକ୍ଷେପ ନିଆଯାଉଛି । ମାଓ ଅଞ୍ଚଳରେ ଅବାଧ ନିର୍ବାଚନ ପାଇଁ ଛତିଶଗଡ, ତେଲଙ୍ଗାନା ଓ ଆନ୍ଧ୍ର ପୋଲିସ ସହ ସ୍ୱତନ୍ତ୍ର ଆଲୋଚନା କରାଯାଇଛି । ନିର୍ବାଚନ ପୂର୍ବରୁ ଫୋକସରେ ରହିଛି ଫେକ ନୁ୍ୟଜ ଓ ଭୁଲ ତଥ୍ୟ । ଏହାକୁ ରୋକିବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ଏଥିପାଇଁ ଜଣେ ଆଇଜି ରାଙ୍କ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି ।