୩ଜଣ ବୈଜ୍ଞାନିକଙ୍କୁ ମେଡିସିନରେ ମିଳିବ ନୋବେଲ ପୁରଷ୍କାର

୨୦୨୫ ପାଇଁ ମେଡିସିନରେ ନୋବେଲ ପୁରଷ୍କାର ଘୋଷଣା

ମେଡିସିନରେ ନୋବେଲ ପୁରସ୍କାର ପାଇଁ ତିନି ଜଣ ଡାକ୍ତରଙ୍କୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆମେରିକାର ସିଆଟଲ ସହରରେ ରହୁଥିବା ମ୍ୟାରୀ ଇ. ବ୍ରୁଙ୍କୋ, ସାନ ଫ୍ରାନ୍ସିସ୍କୋର ଫ୍ରେଡ୍ ରାମସଡେଲ୍ ଏବଂ ଜାପାନର ଶିମୋନ୍ ସାକାଗୁଚିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବ୍ରୁଙ୍କୋ ଇନଷ୍ଟିଚ୍ୟୁଟ୍ ଅଫ୍ ସିଷ୍ଟମ୍ସ ବାୟୋଲୋଜିରେ କାମ କରୁଥିବା ବେଳେ ରାମସଡେଲ୍, ସୋନୋମା ବାୟୋଥେରାପିଉଟିକ୍ସ ସହିତ ଏବଂ ସାକାଗୁଚି ଜାପାନର ଓସାକା ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରନ୍ତି ।ନୋବେଲ ପୁରସ୍କାରର ଏକ୍ସ ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି । ପୋଷ୍ଟରେ ଲେଖାଯାଇଛି, “ମ୍ୟାରୀ ଇ. ବ୍ରୁଙ୍କୋ, ସାନ ଫ୍ରାନ୍ସିସ୍କୋର ଫ୍ରେଡ୍ ରାମସଡେଲ୍ ଏବଂ ଜାପାନର ଶିମୋନ୍ ସାକାଗୁଚି ପ୍ରତିରକ୍ଷା ପ୍ରଣାଳୀ କିପରି ନିୟନ୍ତ୍ରିତ ରଖାଯାଏ ତାହା ଉପରେ ଗବେଷଣା କରିଛନ୍ତି । ‘ପେରିଫେରାଲ୍ ଇମ୍ୟୁନ୍ ଟଲରେନ୍ସ’ ସମ୍ବନ୍ଧୀୟ ସେମାନଙ୍କର ଆବିଷ୍କାର ପାଇଁ ଏହି ତିନି ଜଣଙ୍କୁ ସମ୍ମାନିତ କରାଯାଇଛି ।”‘ପେରିଫେରାଲ୍ ଇମ୍ୟୁନ୍ ଟଲରେନ୍ସ’ ; ଏହି ଆବିଷ୍କାର ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ବୁଝିବାରେ ବିପ୍ଳବୀ ପରିବର୍ତ୍ତନ ଆଣିଛି, ଯାହା ରିଉମାଟଏଡ୍ ଆର୍ଥ୍ରାଇଟିସ୍, ଟାଇପ୍ ୧ ଡାଇବେଟିସ୍ ଏବଂ ଲୁପସ୍ ଭଳି ଅଟୋଇମ୍ମ୍ୟୁନ୍ ରୋଗର ଚିକିତ୍ସା ପାଇଁ ପଥ ଖୋଲିଛି।

Leave a Reply

Your email address will not be published. Required fields are marked *