ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

‘ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ’

ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ । ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସବୁ ଜିଲ୍ଲାରେ ମେଡିକାଲ କଲେଜ କରିବା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ବିଧାନସଭାରେ ବିବୃତ୍ତି ରଖିବା ବେଳେ ୨୪ ବର୍ଷରେ ପେସା ଆଇନ ଲାଗୁ ହୋଇ ନଥିବା କଥା ଉଠାଇ ଆମେ ଆଦିବାସୀ ଭାଇଭଉଣୀଙ୍କ ପାଇଁ ଏହା ଲାଗୁ କରିବୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଅବସରରେ କହିଛନ୍ତି । ସେପଟେ ଓଡିଆ ଅସ୍ମିତା ପ୍ରସଙ୍ଗରେ ଗୃହରେ ହୋହଲ୍ଲା, ହଙ୍ଗାମା କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ରାଜ୍ୟପାଳଙ୍କ ପୁଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ହେବା ସହ ହୋହଲ୍ଲା ଭିତରେ ବାଚସ୍ପତିଙ୍କ ମାଇକ ଭାଙ୍ଗିଛନ୍ତି ଧ୍ରୁବ ସାହୁ । ଆଉ ବିରୋଧ ଓ ନାରାବାଜି ଭିତରେ ଗୃହକୁ ଆସନ୍ତାକାଲି ସାଢେ ୧୦ଟା ଯାଏଁ ମୁଲତବି ରଖାଯାଇଛି ।

Leave a Reply

Your email address will not be published. Required fields are marked *