ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

ପ୍ରଶ୍ନପତ୍ର ଜଗିଛି ଏଆଇ

ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ୩ହଜାର ୪୭ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ । ମାଟ୍ରିକ ସହ ୭ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା, ୩ଜଣ ୩୭ ଜଣ ମାଧ୍ୟମା ପରୀକ୍ଷା ଦେଉଛନ୍ତି । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ଛାତଛାତ୍ରୀ । ମାର୍ଚ୍ଚ ୪ଯାଏଁ ଚାଲିବ ପରୀକ୍ଷା । ଖାତା ଦେଖା ମାର୍ଚ୍ଚ୧୬ରୁ ଆରମ୍ଭ ହୋଇ ୩୦ରେ ସରିବ । ପରୀକ୍ଷା ପାଇଁ ସେଣ୍ଟର ମାନଙ୍କରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ୨୧ଟି ଥାନା ଓ ଗୋଟିଏ ବିଟ ହାଉସରେ ନୋଡାଲ ସେଣ୍ଟର କରାଯାଇଛି । କପି ରୋକିବାକୁ ନୂଆ ଫର୍ମୁଲା ଆପଣାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ସମସ୍ତ ପରୀକ୍ଷା କେନ୍ଦ୍ରକୁ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି । କୌଣସି ସ୍ଥାନରେ ବିଶୃଙ୍ଖଳା ଓ ଅନିୟମିତତା ନଜର ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ କୌଣସି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଛଡାଯାଉନାହିଁ । ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ପ୍ରଶ୍ନପତ୍ର ଆସିବାଠାରୁ ପରୀକ୍ଷା ସରି ଉତ୍ତରଖାତା ଯିବା ପର୍ଯ୍ୟନ୍ତ ଟିକିନିଖି ତଦାରଖ କରିବେ ।