ମା’ ପାଲଟିଲା ନର ରାକ୍ଷସୀ, ନେଲା ପୁଅର ଜୀବନ !
ଦୁନିଆରେ ସମସ୍ତେ ପର ହୋଇଯିବେ , ହେଲେ ଜଣେ ମା’ କେବେ ପର ହୋଇ ପାରେନା । ମା’ କେବେ ନୃଶଂସ ହୋଇ ପାରେନା। ହେଲେ ଆମେ ଏପରି ଏକ ଖବର ଦେବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କ ହୋସ ଉଡିଯିବ । ନର ରାକ୍ଷସୀ ସାଜିଲା ମା’ କାଟିଲା ନିଜ ଜନ୍ମକଲା ଶିଶୁ ପୁତ୍ରକୁ। ଜଘନ୍ୟ ବିଭଶ୍ଚ ନୃଶଂସ ଅମାନୁଷିକତାର କାଣ୍ଡ ଭିଆଇଛି ଜନ୍ମକଲା ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ନମକାନି ଜୁଆଙ୍ଗ ସାହିରେ ।
ଏହି ଗାଁରେ ରୁହନ୍ତି ଗୁରୁ ଜୁଆଙ୍ଗ । ଗୁରୁଙ୍କ ସ୍ତ୍ରୀ ହେଉଛନ୍ତି ଲକ୍ଷ୍ମୀ ଜୁଆଙ୍ଗ । ଲକ୍ଷ୍ମୀ ଟିକେ ମାନସିକ ବିକାରଗ୍ରସ୍ତ ଥିବା ବେଳେ ନିଜ ଜନ୍ମକଲା ଶିଶୁ ପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁର ମୃତଦେହ ଜବଦ କରିବା ସହିତ ହତ୍ୟାକାରୀ ମା’କୁ ଗିରଫ କରିଛି ।
ଖବର ଅନୁଯାୟୀ ଗୁରୁ ଜୁଆଙ୍ଗ ଦିନ ୧୧ଟା ବେବେ ଘର ଭିତରେ ଶୋଇଥିଲା ବେଳେ ହଠାତ କଅଁଳା ଛୁଆର ଶବ୍ଦ ଶୁଣି ବାହାରକୁ ଆସିଥିଲେ । ଦେଖିଲା ବେଳକୁ କଅଁଳା ଶିଶୁକୁ ତା ସ୍ତ୍ରୀ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛି । ୪ ବର୍ଷ ପୂର୍ବେ ଲକ୍ଷ୍ମୀ ତା’ର ପ୍ରଥମ ସନ୍ତାନ ଭାବେ ବର୍ଷକର ଝିଅକୁ ପାଣିରେ ବୁଡାଇ ମାରି ଦେଇଥିବା ବେଳେ ପୁଣି ଆଉ ଏକ ଶିଶୁକୁ ମାରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି ।