ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ କଲେ କୋର୍ଟ
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବଡ ଝଟକା । ବିବାହ ଆବେଦନ ଖାରଜ କଲେ କୋର୍ଟ । କଟକ ସବରେଜିଷ୍ଟ୍ରାର କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ବିବାହ ଆବେଦନରେ ଭୁଲ ତଥ୍ୟ ଦେଇଥିବା ଆଧାରରେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ବିଜୟ ଶଙ୍କର ଭୁଲ ତଥ୍ୟ ଦେଇଥିବା ନେଇ କୋର୍ଟଙ୍କୁ ଅବଗତ କରାଇଥିଲେ ବାନ୍ଧବୀ ସୋମାଲିକା । ବିଜୟ ଶଂକରଙ୍କ ବିବାହକୁ ନେଇ ଦୀର୍ଘଦିନ ହେବ ମାମଲା ଲାଗି ରହିଛି । ବାନ୍ଧବୀ ସୋମାଲିକା ବିଜୟଙ୍କୁ ବିବାହ କରିଥିବା ନେଇ ବାରମ୍ବାର କହୁଥିବା ବେଳେ ବିଜୟ ଶଙ୍କର କିନ୍ତୁ ଏହା ମିଥ୍ୟା ବୋଲି କହୁଛନ୍ତି । ଏନେଇ ଉଭୟଙ୍କ ତରଫରୁ ଦାଖଲ ହୋଇଥିବା ମାମଲା କୋର୍ଟରେ ବିଚାରଧୀନ ରହିଛି । ଏହାରି ମଧ୍ୟରେ ବିଜୟ ଶଂକର ଅନ୍ୟତ୍ର ବିବାହ କରିବାକୁ କୋର୍ଟରେ ଆବେଦନ କରିଥିଲେ । ହେଲେ ଆବେଦନରେ ବିଜୟ ଶଂକର ଭୁଲ ତଥ୍ୟ ଦେଇଥିବା ନେଇ ବାନ୍ଧବୀ ସୋମାଲିକା କୋର୍ଟଙ୍କୁ ଅବଗତ କରିଥିଲେ । ଆଜି ଏହାର ଶୁଣାଣି କରି ବିଜୟଙ୍କ ବିବାହ ଆବେଦନକୁ ଖାରଜ କରିଛନ୍ତି କୋର୍ଟ
