ଭୁବନେଶ୍ୱର ବିମାନବନ୍ଦରରୁ ୪କୋଟିର ଗଞ୍ଜେଇ ଜବତ

ଭୁବନେଶ୍ୱର ବିମାନବନ୍ଦରରୁ ୪କୋଟିର ଗଞ୍ଜେଇ ଜବତ

ଭୁବନେଶ୍ୱର ବିମାନବନ୍ଦରରୁ ୪କୋଟିର ଗଞ୍ଜେଇ ଜବତ । ବ୍ୟୟବହୁଳ ଗଞ୍ଜେଇ ହାଡ୍ରୋପୋନିକ ଓ୍ବିଡ ଜବତ । ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ ବିମାନ ଯାତ୍ରୀଠୁ ଗଞ୍ଜେଇ ଠାବ । ସକାଳୁ ସକାଳୁ ବିମାନଯାତ୍ରୀଙ୍କ ବ୍ୟାଗରୁ ଠାବ କରିଛନ୍ତି କଷ୍ଟମସ ଓ ଡିଆର ଆଇ ଅଧିକାରୀ । ଟ୍ରାଭେଲ ବ୍ୟାଗରେ କପଡ଼ା ଭିତରେ ଗୁଡ଼ାଇ ଲୁଚାଇ ନେବା ବେଳେ ଠାବ କରାଯାଇଛି । ଚାରି କେଜିର ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୪ କୋଟି ଟଙ୍କାର ହେବ । ଏନେଇ ଜଣେ ବିମାନ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ତାଙ୍କ ଘର ଗୁଜୁରାଟର ବୋଲି ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *