ମଦ ବ୍ୟବସାୟରେ ଝାଡ଼ଖଣ୍ଡ ସାଂସଦ ଲିଙ୍କ

ନିର୍ବାଚନ ସହ ଟଙ୍କାର କୌଣସି ସଂପୃକ୍ତି ରହିଛି କି?

ଟଙ୍କାର ପାହାଡ଼ରେ ଦୁର୍ନୀତି ଛାପ । ଶହ ଶହ କୋଟି ଟଙ୍କାରେ ରାଜନେତାଙ୍କ ସଂପୃକ୍ତି ଅଭିଯୋଗ । ଏବଂ ଟଙ୍କା ଗଣିଗଣି ମେସିନ୍ ହାଲିଆ ହେବା ପରେ ରେଡ୍କୁ ନେଇ ରାଜନୀତି ତୀବ୍ର ହୋଇଛି । ଯାହା ଖବର କାଗଜରେ ପ୍ରକାଶିତ ଏହି ରିପୋର୍ଟ ଏବଂ ରିପୋର୍ଟକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀଙ୍କ କଟାକ୍ଷରୁ ସ୍ପଷ୍ଟ ବାରି ହେଉଛି । ପ୍ରଧାନମନ୍ତ୍ରୀ ଏବେ ଦୁର୍ନତିଗ୍ରସ୍ତ ଲୋକଙ୍କୁଠାରୁ ଗୋଟିଏ ଗୋଟିଏ ପାଉଣା ଅସୁଲ କରିବାର ଗ୍ୟାରେଂଟି ଦେଉଛନ୍ତି । ଝାଡ଼ଖଣ୍ଡରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ଧୀରଜ ସାହୁଙ୍କ ୧୦ଟି ଠିକଣାରେ ଆୟକର ରୋଡ୍ । ଯେତେ ଗଣିଲେ ବି ଗଣା ସରୁନାହିଁ । ତୃତୀୟ ଦିନରେ ଚାଲିଛି ଟଙ୍କା ଗଣତି । ସମ୍ବଲପୁର ଓ ବଲାଙ୍ଗିର ସମେତ ଓଡ଼ିଶାର ଏକାଧିକ ସ୍ଥାନରେ ଟଙ୍କା ଗଣତି ଓ ଚଢ଼ାଉ ଚାଲିଛି । ଏତେ ଟଙ୍କା କାହାର? କେଉଁଠୁ ଓ କେମିତି ଆସିଲା ଏତେ ଟଙ୍କା? ଦଳୀୟ ଟଙ୍କା ଲାଗିଛି କି ନାହିଁ? ନିର୍ବାଚନ ସହ ଟଙ୍କାର କୌଣସି ସଂପୃକ୍ତି ରହିଛି କି? ମଦ ବ୍ୟବସାୟୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହେବା ପରେ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି ବିଜେପି । ସାହୁ ବ୍ରଦର୍ସଙ୍କ ସହ ରାଜ୍ୟ କ୍ୟାବିନେଟ୍ର ମନ୍ତ୍ରୀଙ୍କ ଫେଟୋ ଦେଖାଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ମୁଖପାତ୍ର । ତେବେ ୩ ଦିନ ଭିତରେ ୨୫୨ କୋଟି ଟଙ୍କା ଜବତ କରି ସାରିଛି ଆୟକର ବିଭାଗ ।