ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା

‘ଆଉ ଆତ୍ମସମର୍ପଣ ସୁଯୋଗ ମିଳିବ ନାହିଁ’

ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି ADG ପଣ୍ଡା କହିଛନ୍ତି।୧୫୬ ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇବାରେ ପୋଲିସ ସଫଳ ହୋଇଛି। ୨୭ଜଣ ମାଓବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛୁ। ମାଓବାଦୀ ଦମନରେ ୯ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।୭୮ଜଣ ମାଓବାଦୀ ଓଡ଼ିଶାରେ ଆତ୍ମସମର୍ପଣ କରିଛନ୍ତି। ଆଉ ୪୨ ଜଣ ମାଓବାଦୀ ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି। ୨୦୨୫ରେ ଓଡ଼ିଶାର ୯ଟି ଜିଲା ମାଓବାଦୀ ପ୍ରଭାବିତ ଥିଲା। ଏଥିରୁ ୮ଟି ଜିଲା ସମ୍ପୂର୍ଣ୍ଣ ଭାବେ ମାଓବାଦୀ ମୁକ୍ତ ହୋଇ ସାରିଛି। ମାଓବାଦୀ ଅପରେଶନରେ ୨୩୯ଜଣ ଯବାନ ଶହୀଦ ହୋଇଥିବା ବେଳେ ୫୯ଜଣ ସାଧାରଣ ନାଗରିକଙ୍କୁ ମାଓବାଦୀ ହତ୍ୟା କରିଥିବା ADG ପଣ୍ଡା ସୂଚନା ଦେଇଛନ୍ତି।ଏପରିକି ଆଜି ମାଓବାଦୀ ଆତ୍ମସମର୍ପଣ ନେଇ ଥିବା ସମୟସୀମା ଶେଷ ହୋଇଛି। କାଲିଠାରୁ ଆଉ ଆତ୍ମସମର୍ପଣ ସୁଯୋଗ ମିଳିବ ନାହିଁ। ଯେଉଁ ହାତ ଗଣତି କେତେ ଜଣ ରହିଛନ୍ତି, ସେମାନଙ୍କୁ ନିପାତ କରିବୁ। ସେମାନେ ଓଡ଼ିଶାରେ ମାଓବାଦୀ ରିକ୍ରୁଟ କରିବାରେ ସଫଳ ହୋଇ ନାହାନ୍ତି।ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ମାଓବାଦୀ ଅପରେଶନ ଜାରି ରହିବ। ଯେଭଳି ପୁନଃସଂଗଠିତ ନ ହୁଅନ୍ତି ତାହାକୁ ଗୁରୁତ୍ୱ ଦେଉଛୁ। ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ୱିକେଙ୍କ ନିପାତ ମାଓବାଦୀଙ୍କ ଟର୍ଣ୍ଣିଂ ପଏଣ୍ଟ ରହିଥିଲା ବୋଲି ADG ପଣ୍ଡା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *