କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ ଦମ୍ପତି

ଆତ୍ମସମର୍ପଣ କଲେ ମାଓ ଦମ୍ପତି

ଆତ୍ମସମର୍ପଣ କଲେ ଦୁଇ ମାଓ ଦମ୍ପତ୍ତି। ଶ ସେମାନେ ହେଲେ ଛତିଶଗଡ଼ ସୁକମା ଜିଲ୍ଲା ପାରଲାଗାଟା ଗ୍ରାମର ଉଙ୍ଗା କଲମା ଓରଫ କିଶୋର(୨୫) ଓ ସୁକମା ଜିଲ୍ଲା ବାଜେ ଥାନା ଗୁମୁ ପଞ୍ଚାୟତର କିଣ୍ଡରାମ ଗ୍ରାମର ମାସେ ମାଣ୍ଡଭୀ(୨୨)। ଏମାନେ ୨୦୧୮ ମସିହାରେ ଲାଲ ବାହିନୀରେ ଯୋଗ ଦେଇ ବାଶଧାରା-ଘୁମୁସର-ନୟାଗଡ଼(ବିଜିଏନ) ସଙ୍ଗଠନରେ ପାର୍ଟି ମେମ୍ବର ହିସାବରେ କାମ କରୁଥିଲେ। ଦକ୍ଷିଣ-କେନ୍ଦ୍ର ଓଡିଶା ମଧ୍ୟ ଦେଇ ଲାଲବାହିନୀର ଉତ୍ତର–ଦକ୍ଷିଣ କରିଡରକୁ ପୁନଃ ସକ୍ରିୟ କରିବା ପାଇଁ ଏମାନେ କାମ କରୁଥିଲେ ବୋଲି ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର।