ଘରୁ ଡାକିନେଇ ଗୁଳି କରିଦେଲେ ମାଓବାଦୀ

ମାଓବାଦୀଙ୍କ ବର୍ବରକାଣ୍ଡ, ଘରୁ ଡାକିନେଇ ହତ୍ୟା

ମାଓବାଦୀଙ୍କ ବର୍ବରକାଣ୍ଡ। ଘରୁ ଡାକିନେଇ ଗୁଳି କରିଦେଲେ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ବୃଦ୍ଧଙ୍କୁ ନୃଶଂସ ହତ୍ୟା କରିଛନ୍ତି । ପେଟାପାଡ଼ ଗାଁର କଲୁମୁ ହିଡ଼ମାଙ୍କୁ ଘରୁ ଡାକିନେଇ ହତ୍ୟା କରିଛନ୍ତି । ମୃତକ ହେଲେ ପୂର୍ବତନ ବିଧାୟକ ମନୀଷ କୁଞ୍ଜମଙ୍କ ସାନ ଶ୍ବଶୁର। ଏହି ଘଟଣା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସୂଚନା ଅନୁସାରେ ଗତକିଛି ଦିନ ତଳେ ଛତିଶଗଡ ବିଜାପୁର ବୁଡଗିଚେରୁ ଗାଁରେ ୨ ଜଣ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ।