ଅମରଙ୍କ ବଡ଼ ବୟାନ

ଆଗକୁ ଓଡ଼ିଶା ରାଜନୀତିରେ ବହୁତ କିଛି ଘଟିବାକୁ ଯାଉଛି: ଅମର୍

ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଆହୁରି ଅନେକ ଘଟଣା ଘଟିବାକୁ ଯାଉଛି କହି ଆଜି ଆଉ ଏକ ବାଣ ମାରିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ । ବିଜେଡିରେ ମୁଁ ଆଉ ନାହିଁ ବୋଲି ବୟାନ ଦେବା ପରେ ଅମର କହିଛନ୍ତି, ବିଜେଡିକୁ ନେଇ ମୁଁ ଦେଇଥିବା ମତକୁ ନେଇ ଅନେକ ବିଜେଡି ବନ୍ଧୁଙ୍କଠୁ ସମର୍ଥନ ମିଳୁଛି । କିନ୍ତୁ ସେମାନେ publicly ଆସୁନାହାନ୍ତି । ସେମାନଙ୍କର ବି ସମାନ ମତ ଯେ କିପରି ଦଳକୁ ସଜଡ଼ା ଯିବ । ଦଳକୁ ସଜାଡିବାକୁ ମୋର ଯେଉଁ ମତ ଥିଲା ତାକୁ ଠିକ୍ ଭାବେ ଦଳ ଗ୍ରହଣ କଲାନି । ମୁଁ ଯେହେତୁ ବିଜେଡିରେ ନାହିଁ ସେଥିଲାଗି ବିଜେଡି ସମ୍ପର୍କରେ ମତ ଦେବାକୁ ଠିକ୍ ମନେ କରୁନି । ବିଜେଡି ଭବିଷ୍ୟତ କ’ଣ କହିପାରିବିନି କିନ୍ତୁ ବିଜେପି ପରିସ୍ଥିତିର ସୁବିଧା ନେଇଛି ବୋଲି କହିଛନ୍ତି ଅମର । ସେହିପରି ଏ ପରିସ୍ଥିତିରେ ବିଜେପି ପାଇଁ ବର୍ତ୍ତମାନ ଆଗକୁ ବଢ଼ିବାକୁ କ୍ଷେତ୍ର ପ୍ରସ୍ତୁତ ହେଉଛି, ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଅନେକ ଘଟଣା ଘଟିବାକୁ ଯାଉଛି ବୋଲି ବି କହିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ ।

Leave a Reply

Your email address will not be published. Required fields are marked *