ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ

ମନୋଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ

IAS ସ୍ତରରେ ଅଦଳବଦଳ । ବିବାଦ ପରେ ପଦରୁ ହଟିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ । ଆଇଏଏସ୍‌ ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ ମିଳିଛି । ସେ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିଲେ । ମନୋଜ ସାହୁ ଅନ୍ତଃ ରାଜ୍ୟ ଡେପୁଟେସନ୍‌ରେ ଆସିଛନ୍ତି ଓଡ଼ିଶା । ବିଷ୍ଣୁପଦଙ୍କ ସ୍ଥାନରେ ସଞ୍ଜୀବ ମିଶ୍ରଙ୍କୁ Sc/St, ଭିନ୍ନକ୍ଷମ, ସାମାଜିକ ସୁରକ୍ଷା ଓ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ୱ ମିଳିଛି । ଉଭୟ ସଞ୍ଜୀବ ମିଶ୍ର ଓ ମନୋଜ ସାହୁ କେନ୍ଦ୍ରୀୟ ଡେପୁଟେସନରେ ଫେରିଛନ୍ତି ।ସେପଟେ ସିବିଆଇ ସମନ ପରେ ପଦରୁ ହଟିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରେ ଓଏସଡି ଭାବେ ନିଯୁକ୍ତ ହେଲେ ବିଷ୍ଣୁପଦ । ରାଜ୍ୟ ସରକାରଙ୍କ ୩ଟି ପ୍ରମୁଖ ବିଭାଗର ସଚିବ ଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ସଚିବ ଥିଲେ ।

Leave a Reply

Your email address will not be published. Required fields are marked *