ମନ କି ବାତ୍‌ରେ ମୟୂରଭଞ୍ଜ କଥା

ସାନ୍ତାଳୀ ଭାଷା ପାଇଁ ମୟୂରଭଂଜ ଯୁବକଙ୍କ ପ୍ରଶଂସା କଲେ ମୋଦି

ଦେଶବାସୀଙ୍କ ସହ ଭାବ ବିନିମୟ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ-କି-ବାତ’ ଆଜି ୧୦ ବର୍ଷ ପୂରଣ କରିଛି । ଆଜି ‘ମନ କି ବାତ’ର ୧୧୪ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଆଜିର ଏପିସୋଡ ଭାବପ୍ରବଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସମ୍ବୋଧନ କରି ସେ କହିଛନ୍ତି ମନ କି ବାତର ପ୍ରତ୍ୟେକ ଏପିସୋଡ ସହିତ ନୂତନ ଗାଥା, ନୂଆ କିର୍ତ୍ତିମାନ ଏବଂ ନୂଆ ବ୍ୟକ୍ତିତ୍ୱ ଯୋଡି ହୋଇ ଯାଉଛନ୍ତି । ଶ୍ରୋତା ହିଁ ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର ବୋଲି ମୋଦି କହିଛନ୍ତି । ସକରାତ୍ମକ ସୂଚନା ପାଇଁ ଦେଶର ଲୋକମାନଙ୍କ ଭିତରେ କେତେ କ୍ଷୁଧା ଅଛି ‘ମନ କି ବାତ୍ କାର୍ଯ୍ୟକ୍ରମ ତାହା ପ୍ରମାଣ କରିପାରିଛି ବୋଲି ମୋଦି କହିଛନ୍ତି । ଏହି ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ୨୨ଟି ଭାରତୀୟ ଭାଷାରେ ବ୍ୟତୀତ ୧୧ଟି ବିଦେଶୀ ଭାଷାରେ ମଧ୍ୟ ପ୍ରସାରିତ ହୋଇଛି । ୨୦୧୪ ମସିହା ୩ ଅକ୍ଟୋବର ବିଜୟା ଦଶମୀ ଦିନ ମନ କି ବାତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ରେ ମୟୂରଭଞ୍ଜ ଯୁବକଙ୍କ ପ୍ରଶଂସା । ସାନ୍ତାଳୀ ଭାଷା ପାଇଁ ମୟୂରଭଞ୍ଜର ଯୁବକ ରାମ୍ ଜିତ୍ ଟୁଡୁଙ୍କ ଅବଦାନ କଥା ଉଠାଇ ତାଙ୍କୁ ପ୍ରସଂଶା କରିଛନ୍ତି ମୋଦି । ନିଜ ମାତୃଭାଷା ସାନ୍ତାଳୀ ଭାଷାକୁ ଅନଲାଇନ ପରିଚୟ ଦେଇ ରାମ୍ ଜିତ୍ ଗୌରବ ଆଣିଛନ୍ତି ବୋଲି କହିଛନ୍ତି । ନିଜର ଅଭିଯାନ ମାଧ୍ୟମରେ ସାନ୍ତାଳୀ ଭାଷାକୁ ଡିଜିଟାଲାଇଜେସନ୍ କରି ସାନ୍ତାଳୀ ସାହିତ୍ୟକୁ ବିଶ୍ବ ଦରବାରରେ ରାମଜିତ୍ ନୂଆ ପରିଚୟ ଦେଇଛନ୍ତି । ସାନ୍ତାଳି ଭାଷାର ଲିପି ‘ଅଲଚିକି’କୁ ଟାଇପ କରିବାରେ ଟେକନିକ୍‌ ବିକଶିତ କରି ପାରିଛନ୍ତି । ସାନ୍ତାଳୀ ଭାଷାକୁ ସଂରକ୍ଷିତ ରଖିବାର ତାଙ୍କ ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳୀ ଭାଷା ପହଞ୍ଚିଛି ବୋଲି ମୋଦି କହିଛନ୍ତି ।

Leave a Reply

Your email address will not be published. Required fields are marked *