ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନ୍ ବିରେନ ସିଂ

ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନ୍ ବିରେନ ସିଂ। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି କି, ଏବେ ପର୍ଯ୍ୟନ୍ତ ମଣିପୁରବାସୀ ସେମାନଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେମାନଙ୍କ ପ୍ରତି କୃତଜ୍ଞ । ମଣିପୁରର ପ୍ରତ୍ୟେକ ନାଗରିକଙ୍କ ହିତରେ ସମୟାନୁସାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ, ବିକାଶ କାର୍ଯ୍ୟ ଓ ବିଭିନ୍ନ ପରିଯୋଜନା ପାଇଁ ସେ କେନ୍ଦ୍ର ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି । ସେପଟେ ରାଜ୍ୟପାଳ କହିଛନ୍ତି କି, ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ଏନ ବିରେନ ସିଂ ଦାୟିତ୍ୱରେ ରହିବେ । ବିଜେପିର ସୂତ୍ର ସୂଚନା ମୁତାବକ ଦିନେ କିମ୍ବା ଦୁଇଦିନ ମଧ୍ୟରେ ପୁଣି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ । ସୂଚନା ଥାଉକି ମଣିପୁରରେ ଲାଗି ରହିଥିବା ହିଂସାକୁ ଆୟତ କରିବାରେ ମଣିପୁର ସରକାର ସମର୍ଥ ହୋଇନଥିଲେ । ଏହାକୁ ନେଇ ମଣିପୁର ଠାରୁ ସାରା ଦେଶ ଏନ ବିରେନ ସିଂଙ୍କ ସମେତ ବିଜେପିକୁ ସମାଲୋଚନା କରାଯାଉଛି । ଗତ ସପ୍ତାହରେ ବିଧାନସଭା ଅଧ୍ୟକ୍ଷ ସତ୍ୟବ୍ରତଙ୍କୁ ଦିଲ୍ଲୀ ଡାକରା ପରେ ମଣିପୁରରେ କ୍ଷମତା ପରିବର୍ତନ ନେଇ କିଛିଟା ସଂକେତ ମିଳିଥିଲା । ଅନ୍ୟପଟେ ଆଜି ଏନ ବିରେନ ସିଂ ନିଜ ପଦରୁ ଇସ୍ତଫା ଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଥିଲେ । ଏହି ଭେଟ ସାରି ସେ ତୁରନ୍ତ ମଣିପୁର ଫେରି ଏଭଳି ପଦକ୍ଷେପ ନେଇଛନ୍ତି ।

Leave a Reply

Your email address will not be published. Required fields are marked *