ପାଣ୍ଡିଆନଙ୍କ ପାଇଁ ବିଜେଡି ଦୁଇଫାଳ

ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ସୁଲତା ଦେଓ

ପାଣ୍ଡିଆନଙ୍କ ପାଇଁ ବିଜେଡି ଦୁଇଫାଳ। ତୀବ୍ର ହେଉଛି ବିଜେଡି କନ୍ଦଳ । ଦଳ ଭିତରେ ବିଜେଡି ୨ଫାଳ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଦେବାଶିଷ ସାମନ୍ତରାୟ ପାଣ୍ଡିଆନଙ୍କ ନାଁ ନେଇ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ସବୁ ଷଡଯନ୍ତ୍ର ପଛରେ ରହିଛି ପାଣ୍ଡିଆନଙ୍କ ହାତ । ଏହାପରେ ବିଜେଡିର କିଛି ନେତା ଏବେ ଦେବାଶିଷଙ୍କ ବୟାନକୁ ବିରୋଧ କରିବା ସହ ପାଣ୍ଡିଆନଙ୍କୁ ଏମିତି ମନ୍ତବ୍ୟ ଦେଇ ତାଙ୍କୁ ବଦନାମ କରିବା ଅନୁଚିତ ବୋଲି ଯୁକ୍ତି ବାଢ଼ିଛନ୍ତି । ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ସୁଲତା ଦେଓ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି । ନିରଞ୍ଜନ ବିଶି ସୋସିଆଲ ମିଡିଆ ଏକ୍ସରେ ଲେଖିଥିଲେ, ଭିକେ ପାଣ୍ଡିଆନ ବହୁ ଦିନ ହେବ ରାଜନୀତିରୁ ବିଦାୟ ନେଇସାରିଛନ୍ତି । କିନ୍ତୁ ଓ୍ୱାକଫ ବିଲ୍ ବିଷୟରେ ତାଙ୍କୁ ଅଯଥାରେ ବଦନାମ କରାଯାଉଛି । ଦେବାଶିଷ ସାମନ୍ତରାୟଙ୍କ ଏଭଳି ବୟାନକୁ ମୁଁ ଦୃଢ଼ ନିନ୍ଦା କରୁଛି । ସେହିପରି ମାନସ ମଙ୍ଗରାଜ ଲେଖିଥିଲେ କି, ୧୦ ମାସ ହେବ ଭିକେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇ ସାରିଛନ୍ତି । ସେ କୌଣସି ରାଜନୈତିକ ବୈଠକରେ ସାମିଲ ହେଉନାହାନ୍ତି । ହେଲେ ଓ୍ୱାକଫ୍ ବିଲକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ଏଭଳି ବୟାନ ଦୁର୍ଭାଗ୍ୟଜନକ ।