ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ

ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ

୨୯ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ତା ପରଦିନ ଅର୍ଥାତ୍ ୩୦ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି । ୨୯ ତାରିଖ ଦିନ ୧୧ଟାରେ ବାଲେଶ୍ୱରରେ ସଭା କରିବେ ଖଡଗେ । ୨୯ ତାରିଖ ଅପରାହ୍ନ ୩ଟାରେ ଭଦ୍ରକ ଚାନ୍ଦବାଲିରେ ଖଡଗେଙ୍କ ସଭା ରହିଛି । ୩୦ ତାରିଖ ଦିନ ୧୧ଟାରେ ସିମୁଳିଆ ସାନମହିତପୁରରେ ରାହୁଲ ଏକ ଜନସଭାକୁ ସମ୍ବୋଧିତ କରିବା କାର୍ୟ୍ୟକ୍ରମ ରହିଛି । ଏହାପୂର୍ବରୁ ୨ଥର ଓଡ଼ିଶାରେ ପ୍ରଚାର କରିଛନ୍ତି ରାହୁଲ ଗାନ୍ଧି । ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି ।