ମଲାଇକା ଅରୋରାଙ୍କ ପିତାଙ୍କ ଆତ୍ମହତ୍ୟା
ଅଭିନେତ୍ରୀ ମଲାଇକା ଆରୋରାଙ୍କ ପିତାଙ୍କ ଦେହାନ୍ତ ହୋଇଛି । କୁହାଯାଉଛି ଯେ ମଲାଇକା ଆରୋରାଙ୍କ ପିତା ଅନିଲ ଆରୋରା ବାନ୍ଦ୍ରାସ୍ଥିତ ତାଙ୍କ ଘରର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଖବର ମଲାଇକା ଆରୋରାଙ୍କ ପରିବାର ଏବଂ ପରିଚିତମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କ ପିତାଙ୍କ ଦେହାନ୍ତ ଖବର ପାଇବା ମାତ୍ରେ ଅଭିନେତ୍ରୀ ପୁଣେରୁ ମୁମ୍ବାଇ ଫେରିଥିଲେ । ବର୍ତ୍ତମାନ ମଲାଇକାଙ୍କ ପିତାଙ୍କ ମୃତଦେହ ବାବା ଡାକ୍ତରଖାନାରେ ରଖାଯାଇଛି। ଅନିଲ ଆରୋରା ଆତ୍ମହତ୍ୟା କରିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି ଏବଂ ବର୍ତ୍ତମାନ ତଦନ୍ତ ଜାରି ରହିଛି । ପୋଲିସର ସୂଚନାନୁସାରେ, ମଲାଇକା ଆରୋରାଙ୍କ ପିତା ଷଷ୍ଠ ମହଲା ଗ୍ୟାଲେରୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବାନ୍ଦ୍ରା ପୋଲିସ ଏବଂ କ୍ରାଇମ ବ୍ରାଞ୍ଚ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ହେଲେ ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ କୌଣସି ଆତ୍ମହତ୍ୟା ନୋଟ୍ ମିଳିନାହିଁ । ହେଲେ ଖବର ଏହା ମଧ୍ୟ ରହିଛି ଯେ ମଲାଇକାଙ୍କ ପିତା କିଛି ଦିନହେବ ଅସୁସ୍ଥ ଥିଲେ।