ବବି ଦାସ ସମ୍ବଲପୁରରୁ ଲଢ଼ିବା ନିଷ୍ପତ୍ତି ଭୁଲ ଥିଲା’
ମୁଁହ ଖୋଲିଲେ ବିଜେଡି ନେତା ମହେଶ ସାହୁ । କହିଲେ, ବବି ଦାସ ସମ୍ବଲପୁରରୁ ଲଢ଼ିବା ନିଷ୍ପତ୍ତି ଭୁଲ ଥିଲା । ଭୁଲ ନିଷ୍ପତ୍ତି କ୍ରମେ ବବି ଦାସ ସମ୍ବଲପୁରରେ ଲଢେଇ କଲେ । ସମ୍ବଲପୁରରେ ଲଢେଇ ନକରି ଯାଜପୁରରେ ଲଢେଇ କରିଥିଲେ ଆମର ୧୦ ରୁ ୧୨ ବିଧାୟକ ଆସିପାରିଥାନ୍ତେ । ଆମେ ସରକାର ବି କରିଥାନ୍ତୁ । ଅତୀତରେ ଭୁଲ ନିଷ୍ପତ୍ତି ଥିଲା । ସମ୍ବଲପୁରରୁ ଲଢ଼ିବାର ନଥିଲା । ସେପଟେ ବିଜେଡିରେ ମେଳି ବାନ୍ଧୁଥିବା ନେତାଙ୍କୁ ବିଜେଡି ନେତା ମହେଶ ସାହୁଙ୍କ କଡ଼ା ଜବାବ । କହିଲେ, ପରାଜୟ ପରେ ଯିଏ ମୁଁହ ଖୋଲୁଛି ଠିକନୁହେଁ । ନବୀନ ବାବୁ ଯେତବେଳେ କ୍ଷମତାରେ ଥିଲେ ସେତବେଳେ କହିଲେନି । ତମେ ତ ନବୀନ ବାବୁଙ୍କୁ ସାହସ କରି କଥା ବାର୍ତ୍ତା କରିବ ନାହିଁ । ପରାଜୟ ପରେ ଏସବୁ କହିବାର ମାନେ କିଛି ନାହିଁ । ମୁଁ ସେ ସପକ୍ଷରେ ନୁହେଁ ।
