ଜାଗୃତିର ଦିନ ଉପାସନାର ଦିନ ସମର୍ପଣର ଦିନ

କାହିଁକି ପାଳନ କରାଯାଇ ଜାଗରଯାତ୍ରା?

ମହାଶିବରାତ୍ରୀ ବା ଜାଗରଯାତ୍ରା । ହିନ୍ଦୁ ପରମ୍ପରା ଅନୁଯାଇ ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ । ଦେବ ବେବ ମହାଦେବଙ୍କ ଆରାଧନାର ଦିନ । ଜାଗୃତିର ଦିନ ଉପାସନାର ଦିନ ସମର୍ପଣର ଦିନ । ମହାଶିବରାତ୍ରୀ ଫାଲ୍ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ରେ ପାଳନ କରାଯାଇଥାଏ । ଶିବ ପୂରାଣ ଅନୁଯାୟୀ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଏବଂ ମାତା ପାର୍ବତୀ ଭଗବାନ ଶିବଙ୍କୁ ପଚାରିଥିଲେ ଯେ କେଉଁ ଉପବାସରେ ସନ୍ତୁଷ୍ଟ ହୋଇ ଆପଣ ସର୍ବୋତ୍ତମ ସୁଖ ପ୍ରଦାନ କରନ୍ତି। ଓ ଭକ୍ତ ମାନେ କେଉଁ ବ୍ରତ କଲେ ସେମାନଙ୍କର ମନୋକାମନା ପୂର୍ଣ୍ଣ ହେବ । ସେତେବେଳେ ଭଗବାନ ଶିବ କହିଥିଲେ କି ତାଙ୍କର ଅନେକ ପୂଜା ରହିଛି । ଯାହା ଭୋଗ ଏବଂ ମୋକ୍ଷ ପ୍ରଦାନ କରିଥାଏ ଯାହକୁ ଦଶର୍ଶ୍ରୀବ୍ରତ କୁହାଯାଏ । ଚାରୋଟି ବ୍ରତ ଭବାନ ଶିବଙ୍କ ସବୁଠାରୁ ପି୍ରୟ । ଯଦି କେହି ଏହି ପୂଜା ବା ବ୍ରତ କରନ୍ତି ତାହାଲେ ତାଙ୍କର ମନୋସ୍କାମନା ପୂରଣ ହୋଇଥାଏ । ଏହି ଚାରୋଟି ବ୍ରତ- ପୂଜା, ରୁଦ୍ର ମନ୍ତ୍ରର ଜପ, ଶିବ ଜାଗର ଉପବାସ, ଏବଂ ଅନ୍ୟଟି ହେଉଛି କାଶୀରେ ଶରୀର ତ୍ୟାଗ । ମହାଦେବଙ୍କ ଏହି ଚାରୋଟି ବ୍ରତ କଲେ ମନୁଷ୍ୟର ମନୋକାମନା ପୂର୍ଣ୍ଣ ହେବା ସହ ମନୁଷ୍ୟକୁ ମୋକ୍ଷ ମିଳିଥାଏ । ପୂରାଣ ଅନୁସାରେ, ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ପାନକରି ଧରାକୁ ବିପଦରୁ ଉଦ୍ଧାର କରିଥିଲେ ସ୍ୱୟଂ ମହାଦେବ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ୟ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ମହାଶିବ ରାତ୍ରୀରେ ଭଗବାନ ଶିବଙ୍କୁ ପୂଜା କରିବା ସହ । ବେକରେ ରୁଦ୍ରାକ୍ଷ ମାଳା ପିନ୍ଧିବା ଉଚିତ । ଏବଂ ଶିବ ମନ୍ଦିରକୁ ଯାଇ ଦୀପ ଜାଳି ଶିବଙ୍କୁ ବେଲ ପତ୍ର ଚଢାଇ ଭକ୍ତିରେ ପୂଜାର୍ଚ୍ଚନା କଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ।